Advertisment

ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ପାଇଁ ସାଙ୍ଗଠୁ ୪୦ ଲକ୍ଷ ଟଙ୍କା ଧାର କରିଥିଲେ ଅଭିନେତା ଦର୍ଶନ

ଜଣେ ଫ୍ୟାନଙ୍କୁ ସୁପାରି ଦେଇ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ।

Darshan Thoogudeepa

Darshan Thoogudeepa

Advertisment

କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପ ଜଣେ ଫ୍ୟାନଙ୍କୁ ସୁପାରି ଦେଇ ହତ୍ୟା କରିବା ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସୁଛି। ଅଭିନେତା ଦର୍ଶନ ପ୍ରମାଣ ନଷ୍ଟ କରିବା ପାଇଁ ଜଣେ ସାଙ୍ଗଙ୍କଠାରୁ ୪୦ ଲକ୍ଷ ଟଙ୍କା ଧାର(ଋଣ) କରିଥିବା କହିଛି ପୁଲିସ।

Advertisment

ପଚରା ଉଚରା ସମୟରେ ଏନେଇ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ଦର୍ଶନ। ପୁଲିସ କହିଛି ଯେ, ହତ୍ୟାକାଣ୍ଡ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦର୍ଶନ ଜଣେ ସାଙ୍ଗଙ୍କଠାରୁ ଟଙ୍କା ଧାର ଆଣିଥିଲେ। ଏହି ଟଙ୍କାକୁ ଜବତ କରାଯାଇଛି। ଯେଉଁ ବ୍ୟକ୍ତିଙ୍କଠାରୁ ଧାର ଆଣିଥିଲେ, ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ପ୍ରକାଶ ଥାଉକି, ଜୁନ୍ ୯ରେ ବେଙ୍ଗାଲୁରୁର ଏକ ଫ୍ଲାଏଓଭର ନିକଟରୁ ରେଣୁକାସ୍ୱାମୀ(୩୩) ନାମକ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାର ଦୁଇ ଦିନ ପରେ ଅଭିନେତା ଦର୍ଶନଙ୍କୁ ଗିରଫ କରିଥିଲା ପୁଲିସ। ଦର୍ଶନ ସୁପାରି ଦେଇ ରେଣୁକାସ୍ୱାମୀଙ୍କ ହତ୍ୟା କରାଇଥିବା ପୁଲିସ ଅଭିଯୋଗ କରିଛି।

Advertisment

ପୁଲିସ କହିଛି ଯେ, ମୃତ ରେଣୁକାସ୍ୱାମୀ ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ସୋଶାଲ ମିଡିଆରେ ଆପତ୍ତି ଜନକ ମେସେଜ କରିବାକୁ ସୁପାରି ଦେଇ ହତ୍ୟା କରାଇଛନ୍ତି। ଏହି ହତ୍ୟାକାଣ୍ଡରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ। 

Darshan Thoogudeepa Renukaswami Murder Case Actor Darshan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe