Advertisment

ହତ୍ୟା ମାମଲାରେ ଫସିଛନ୍ତି କନ୍ନଡ ଅଭିନେତା ଦର୍ଶନ, ମୈସୁରରେ ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ

ଅପହରଣ ଓ ହତ୍ୟା ମାମଲାରେ ଫସିଛନ୍ତି କନ୍ନଡ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଦର୍ଶନ ତୁଗୁଦୀପ।

author-image
Debibandita Barick
ଅଦ୍ୟତନ ହୋଇଛି
Darshan, Pavithra & Renuka Swamy

Darshan, Pavithra & Renuka Swamy

ସାଣ୍ଡେଲଉଡ୍ ତଥା କନ୍ନଡ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଦର୍ଶନ ତୁଗୁଦୀପଙ୍କୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ମୈସୁର ନେଇପାରେ ପୁଲିସ। ରେଣୁକାସ୍ୱାମୀ ନାମକ ଜଣେ ଫ୍ୟାନଙ୍କୁ ହତ୍ୟା କରିବା ମାମଲାରେ ଫସିଛନ୍ତି ଅଭିନେତା ଦର୍ଶନ। ଏହି ମାମଲାରେ ପୁଲିସ ଆଜି ମୈସୁରରେ କ୍ରାଇମ ସିନ୍ ରିକ୍ରିଏସନ କରିପାରେ।

Advertisment

ସୂଚନା ଅନୁସାରେ, ଅଭିନେତା ଦର୍ଶନ ଅପହରଣ ଓ ହତ୍ୟା ମାମଲାରେ ଫସିଛନ୍ତି। ତାଙ୍କ ବିରୁଦ୍ଧରେ ରେଣୁକାସ୍ୱାମୀ ନାମକ ଜଣେ ଫ୍ୟାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ସୋଶାଲ ମିଡିଆରେ ଆପତ୍ତି ଜନକ ମେସେଜ୍ ପଠାଇ ଥିବାରୁ ଦର୍ଶନ ରେଣୁକାସ୍ୱାମୀଙ୍କୁ ସୁପାରି ଦେଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୁଲିସ।

ଜୁନ୍ ୮ରେ ଏକ ପୋଲ ନିକଟରୁ ରେଣୁକାସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ ୩ ଜଣଙ୍କୁ ଗିରଫ କରି ପଚରା ଉଚରା କରିବା ବେଳେ ସେମାନେ ଅଭିନେତା ଦର୍ଶନଙ୍କ ନିର୍ଦ୍ଦେଶକ୍ରମେ ହତ୍ୟା କରିଥିବା କହିଛନ୍ତି। ବର୍ତ୍ତମାନ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଦର୍ଶନ ଓ ପବିତ୍ରା ଗୌଡାଙ୍କ ସମୟରେ ୧୯ ଜଣଙ୍କୁ ଗିରଫ କରି ଦଦନ୍ତ କରୁଛି ପୁଲିସ। 

Advertisment
Darshan Thoogudeepa Actor Darshan Kannada Actor Pavithra Gowda