Advertisment

ଜୁଲାଇ ୪ ଯାଏ ଜେଲ ହାଜତକୁ ଗଲେ ଅଭିନେତା ଦର୍ଶନ

୩୩ ବର୍ଷୀୟ ଫ୍ୟାନ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ କରାଯାଇଥିବା ହତ୍ୟା ପଛରେ ଅଭିନେତା ଦର୍ଶନଙ୍କ ହାତ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଜୁନ ୧୧ରେ ଗିରଫ କରାଯାଇଥିଲା।

Actor Darshan

Actor Darshan

Advertisment

ନିଜର ଜଣେ ଫ୍ୟାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗରେ ଗିରଫ କନ୍ନଡ ଅଭିନେତା ଦର୍ଶନ ତୁଗୁଦୀପଙ୍କୁ ଆଜି କୋର୍ଟ ଜୁଲାଇ ୪ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ କୋର୍ଟ ଜେଲ ହାଜତକୁ ପଠାଇଛନ୍ତି।

Advertisment

ସରକାରୀ ଓକିଲ ପ୍ରସନ୍ନ କୁମାର ଅଭିନେତା ଦର୍ଶନଙ୍କ ଫ୍ୟାନ ରେଣୁକାସ୍ୱାମୀଙ୍କ ଭୟଙ୍କର ହତ୍ୟାକାଣ୍ଡକୁ ନେଇ ଜାରି ରହିଥିବା ତଦନ୍ତ ସମ୍ପର୍କରେ ଏପରି ଅପଡେଟ ଦେଇଛନ୍ତି। ସରକାରୀ ଓକିଲଙ୍କ ପକ୍ଷରୁ ଶନିବାର ଅଭିଯୁକ୍ତମାନଙ୍କୁ କୌଣସି ପ୍ରକାରର ରିମାଣ୍ଡରେ ନେବାକୁ ଆବେଦନ କରାଯାଇ ନଥିଲା।

ସମସ୍ତ ୪ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦେବାକୁ ସରକାରୀ ଓକିଲ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହାପରେ କୋର୍ଟ ସମସ୍ତଙ୍କୁ ଜୁଲାଇ ୪ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Advertisment

କୋର୍ଟ ଅଭିଯୁକ୍ତ ଦର୍ଶନ, ପ୍ରଦୋଶ, ବିନୟ ଓ ଧନରାଜଙ୍କୁ ପାରପ୍ପାନା ଅଗ୍ରାହାରା କେନ୍ଦ୍ରୀୟ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ସେଠାରେ ୧୪ ଦିନ ପାଇଁ ରହିବେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ।

୩୩ ବର୍ଷୀୟ ଫ୍ୟାନ ରେଣୁକାସ୍ୱାମୀଙ୍କୁ ଭୟଙ୍କର ଢଙ୍ଗରେ କରାଯାଇଥିବା ହତ୍ୟା ପଛରେ ଅଭିନେତା ଦର୍ଶନଙ୍କ ହାତ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଜୁନ ୧୧ରେ ଗିରଫ କରାଯାଇଥିଲା। ଦର୍ଶନଙ୍କ ଘନିଷ୍ଠ ବାନ୍ଧବୀ ପବିତ୍ରା ଗୌଡାଙ୍କୁ ମୃତ ରେଣୁକାସ୍ୱାମୀ ସୋଶାଲ ମିଡିଆରେ ଆପତ୍ତି ଜନକ ମେସେଜ କରିଥିଲେ।

ଏହାର ପ୍ରତିଶୋଧ ନେବାକୁ ଦର୍ଶନ ସୁପାରି ଦେଇ ରେଣୁକାସ୍ୱାମୀଙ୍କୁ ହତ୍ୟା କରାଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡରେ ଦର୍ଶନ ଓ ତାଙ୍କ ବାନ୍ଧବୀଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି ପୁଲିସ ତଦନ୍ତ କରୁଛି।

Kannada Actor Kannada Actor Darshan Actor Darshan Kannada Actor Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe