Advertisment

ଖୋଲୁଛି ରଙ୍ଗୀଲା ରାପରଙ୍କ ଗୁମର; ଅଭିନେତ୍ରୀ ସୁପ୍ରିୟା ଆଣିଲେ ସଙ୍ଗୀନ ଅଭିଯୋଗ

ଅଭିନବଙ୍କ ଆରୋପ ନେଇ ସୁପ୍ରିୟା କହିଛନ୍ତି, ମୋତେ କ’ଣ କହି ସେ ଓୟୋ ଯାଇଥିଲେ? ସିଏ ଓୟୋରେ ରହିଛନ୍ତି ବୋଲି ମୁଁ କେମିତି ଜାଣିବି? ଆଉ ତାଙ୍କ ସ୍ତ୍ରୀଙ୍କୁ କହିବି? ସବୁ ମିଛକଥା।

Supriya

Supriya

Advertisment

ବଙ୍ଗୀୟ ଯୁବତୀଙ୍କ ସହ ଭୁବନେଶ୍ୱରରୁ ଧରାପଡ଼ିଥିଲେ ରଙ୍ଗୀଲା ରାପର୍‌ ଅଭିନବ ସିଂ! ଓୟୋ ହୋଟେଲ୍‌ ରାଶଲୀଳା କରୁଥିବା ବେଳେ ରଙ୍ଗେ ହାତ ଧରିଥିଲେ ପତ୍ନୀ। ଆଉ କମିଶନରେଟ୍‌ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ ଅଭିନବ ଓଡ଼ିଶା ଅଭିନେତ୍ରୀ ସୁପ୍ରିୟା ନାୟକ ଓ ଅଭିନେତା ଆଦର୍ଶ ଦାସଙ୍କୁ ବିବାଦ ଘେରକୁ ଟାଣିଥିଲେ। ଆଜି ଅଭିନବଙ୍କ ଆରୋପର ଜବାବ ରଖିଛନ୍ତି ସୁପ୍ରିୟା। ଖାଲି ଜବାବ ଦେଇନାହାନ୍ତି, ଅଭିନବଙ୍କ ନାଁରେ ସଙ୍ଗୀନ ଅଭିଯୋଗ କରିଛନ୍ତି।

Advertisment

ସୁପ୍ରିୟା କହିଛନ୍ତି, ‘ସମୟଚକ୍ର’ ନାମକ ମୋର ଏକ ଭିଡିଓକୁ ଅଭିନବ ରିଲିଜ୍‌ କରିବାକୁ ଦେଉନଥିଲେ। ଭିଡ଼ିଓ ଏଡିଟ ଚାଲିଥିବା ବେଳେ ସେ ଷ୍ଟୁଡିଓରେ ପହଞ୍ଚିଥିଲେ। ଆଉ ଭିଡିଓ ଡିଲିଟ୍‌ ମାରିବାକୁ ଏଡିଟରଙ୍କୁ କହିଥିଲେ। ଭିଡିଓ ଡିଲିଟ୍‌ ନକଲେ ମାଡ଼ ମାରିବାକୁ ଧମକ ଚମକ ଦେଇଥିଲେ। ଏହା ପରେ ଭିଡିଓ ଏଡିଟର ମୋତେ ଓ ଆଦର୍ଶ ମିଶ୍ର(ସମୟଚକ୍ର ଭିଡିଓର ଅଭିନେତା)ଙ୍କୁ ଜଣାଇଥିଲେ। ଆମେ ସେଠାରେ ପହଞ୍ଚିଲା ବେଳକୁ ସେ ନିଶାରେ ଥିବା ଦେଖିବାକୁ ପାଇଲୁ। ସେ ହାତରେ ଗଞ୍ଜେଇ ଧରିଥିଲେ ଓ ତଳେ ୨ରୁ ୩ଟା ବିଅର କେନ୍‌ ପଡ଼ିଥିଲା। ତାଙ୍କର ଏପରି ଅବସ୍ଥା ଦେଖି କଥା ହେବା ପାଇଁ ଠିକ୍‌ ମନେ କଲିନି। ତେଣୁ ମୋର କିଛି ସହକର୍ମୀ ତାଙ୍କ ସହିତ କଥା ହୋଇଥିଲେ। ହେଲେ ସେ କିଛି କଥା ଶୁଣିବା ମୋଡ୍‌ରେ ନଥିଲେ। ମୋ’ ଆଡକୁ ଅନାଇ ଅତି କଦର୍ଯ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କର ଏପରି ବ୍ୟବହାରକୁ ଆଉ ସହ୍ୟ କରିପାରିଲିନି। କ’ଣ ପାଇଁ ଏମିତି ବ୍ୟବହାର ଦେଖାଉଛ ବୋଲି ପଚାରିଥିଲି। ଏହା ପରେ ସେ ବସିଥିବା ଚେୟାରକୁ ମୋ ଉପରକୁ ଫିଙ୍ଗି ଦେଇଥିଲେ। ପାଖରେ ଥିବା ଷ୍ଟୁଲକୁ ମଧ୍ୟ ମୋ’ ଉପରକୁ ଫିଙ୍ଗି ଦେଇଥିଲେ। ଝାଡୁରେ ପିଟିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୁପ୍ରିୟା କରିଛନ୍ତି।

ସେ ଆହୁରି କହିଛନ୍ତି, ଅଭିନବଙ୍କ ଏପରି ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କ ନାଁରେ ଏଫ୍‌ଆଇଆର ଦେବି ବୋଲି କହିଥିଲି। ତା’ପରେ ମୁଁ ଘରକୁ ଆସି ମାଆଙ୍କ ସହିତ ପୂରା ଘଟଣା ସମ୍ପର୍କରେ ଆଲୋଚନା କରୁଥିଲେ। ତାହାରି ଭିତରେ ସେ ଆଗୁଆ ନନ୍ଦନକାନନ ଥାନାରେ ପହଞ୍ଚି ମୋ’ ନାଁରେ ଏଫ୍‌ଆଇଆର୍‌ରେ ଦେଇଥିଲେ। ପୁଲିସ୍‌ ମୋ ସହିତ ଯୋଗାଯୋଗ କରିଥିଲେ। ତା’ପରେ ମୁଁ ସବୁ ତଥ୍ୟ ପ୍ରମାଣ ଥାନାରେ ଉପସ୍ଥାପନ କରିଥିଲି। ଏହା ପରେ ମୁଁ ଓ ମୋ’ ଭିଡିଓ ଏଡିଟର ଥାନାରେ ଅଭିଯୋଗ କରିଥିଲି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଛି ବୋଲି ସୁପ୍ରିୟା କରିଛନ୍ତି।

Advertisment

ଅଭିନବଙ୍କ ଆରୋପ ନେଇ ସୁପ୍ରିୟା କହିଛନ୍ତି, ମୋତେ କ’ଣ କହି ସେ ଓୟୋ ଯାଇଥିଲେ? ସିଏ ଓୟୋରେ ରହିଛନ୍ତି ବୋଲି ମୁଁ କେମିତି ଜାଣିବି? ଆଉ ତାଙ୍କ ସ୍ତ୍ରୀଙ୍କୁ କହିବି? ସବୁ ମିଛକଥା। ମୋ ସହିତ ଯାହା କରିଥିଲା, ଆଜି ସିଏ ସେୟା ପାଉଛନ୍ତି। ଓୟୋ ଗଲେ, ଜମାଟୋରେ ମଗାଇଲେ। ଆଉ ତାଙ୍କ ସ୍ତ୍ର ଜାଣି ହୋଟେଲ୍‌ରେ ପହଞ୍ଚିଲେ। ଏ ବିଷୟରେ ଜମାଟୋକୁ ପଚାରିଥିଲେ, ଭଲ ହୋଇଥାଆନ୍ତା ବୋଲି ସୁପ୍ରିୟା କହିଛନ୍ତି।

ମଙ୍ଗଳବାର ବିଳମ୍ୱିତ ରାତିରେ ୩ ବଙ୍ଗୀୟ ଯୁବତୀଙ୍କ ସହ ଅଭିନବ ଓ ଜଣେ ଯୁବକଙ୍କୁ ଇନ୍‌ଫୋସିଟି ଥାନା ପୁଲିସ୍‌ ଗିରଫ କରିଥିଲା। ଅଭିନବଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଧରିଥିଲା। ଏଥିସହ ସେହି ରୁମ୍‌ରୁ ମଦ ବୋତଲ ଓ କଣ୍ଡୋମ୍‌ ଖୋଳ ମିଳିଥିଲା।

Bhubaneswar Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe