Advertisment

ପ୍ରଶାସନ ଚେତାବନୀରେ ଦଲାଲ ଛାନିଆ, ଶିଶୁପୁତ୍ର ଉଦ୍ଧାର

୨୪ ଘଣ୍ଟାରେ ଶିଶୁକୁ ଆଣି ଫେରାଅ ନହେଲେ ବନ୍ଧା ହେବ। ଦଲାଲଙ୍କ ସଂପର୍କୀୟଙ୍କୁ ପ୍ରଶାସନର ଏଭଳି ତାଗିଦ ପରେ ଶିଶୁକୁ ଫେରାଇ ଦେଇଛି ଦଲାଲ।

author-image
Biswajit Samal
ଅଦ୍ୟତନ ହୋଇଛି
Newborn baby boy

Newborn baby boy

ପାରାଦୀପରେ ଶିଶୁ ପୁତ୍ର ବିକ୍ରି ଅଭିଯୋଗ ଘଟଣାରେ କାମ ଦେଲା ପ୍ରଶାସନର ଚେତାବନୀ। ପ୍ରଶାସନରଚେତାବନୀ ପରେ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ଦଲାଲଙ୍କ ସମ୍ପର୍କୀୟ ଭାଇଜାଗାରୁ ଆଣି ପାରାଦୀପ ପୁଲିସକୁ ଦେଇଥିବା ସୂଚନା ମିଳିଛି।

Advertisment

ସେପଟେ ପାରାଦୀପରେ ପହଞ୍ଚିଲେ ଶିଶୁ ସୁରକ୍ଷା କମିଟି ଅଧିକାରୀ। ନବଜାତ କେଉଁଠି ଓ କାହା ପାଖରେ ରହିବ ନିଷ୍ପତ୍ତି ନେବ ସିଡବ୍ଲୁସି। ଏପଟେ ଘଟଣା ପ୍ରଘଟ ପରଠାରୁ ନବଜାତର ମାଆ ଗାଏବ ରହିଛି। ୨୪ ଘଣ୍ଟାରେ ଶିଶୁକୁ ଆଣି ଫେରାଅ ନହେଲେ ବନ୍ଧା ହେବ। ଦଲାଲଙ୍କ ସଂପର୍କୀୟଙ୍କୁ ପ୍ରଶାସନର ଏଭଳି ତାଗିଦ ପରେ ଶିଶୁକୁ ଫେରାଇ ଦେଇଛି ଦଲାଲ।

ଏକ ଲକ୍ଷ ଟଙ୍କାରେ ଭାଇଜାଗରେ ଦିନକର ଶିଶୁ ବିକ୍ରି ଘଟଣାରେ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷା ସକୁନ୍ତଳା ଚୌଧୁରୀଙ୍କ ନେତୃତ୍ୱରେ ପାରାଦୀପରେ ଛାନଭିନ କରୁଥିବା ୪ ଜଣିଆ ଟିମ୍ ଓ ପାରାଦୀପ ପୁଲିସ ଘଟଣାର ଖୋଳତାଡ଼ ଜାରି ରଖିଛନ୍ତି। ତେବେ ଏନେଇ ସଂପୃକ୍ତ ଶିଶୁର ମାଆ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

Advertisment

ଗତ ରବିବାର ଦିନ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସୋମବାର ସେହି ପିଲାକୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି। ନୂଆ ବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଛୁଆକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।

Crime Paradip Newborn Baby Boy