Advertisment

ବେଳାଭୂମୀରେ ଚାଲୁଥିଲା ସେକ୍ସ କାରବାର, ମାଟିରେ ମିଶିଲା ଦେହଜୀବୀଙ୍କ ଘର

ଉଦୟପୁର ବେଳାଭୂମୀରେ ଗଢ଼ି ଉଠିଥିଲା ଟିଣ ଛପର ଘର। ଆଉ ତା’ ଭିତରେ ଥିଲା ରଙ୍ଗୀନ ପରିବେଶ। ଆଉ ସେହି ଘରେ ନିୟୋଜିତ ହେଉଥିଲେ ଦେହଜୀବୀ। କେତେକ ଦଲାଲ ବେଙ୍ଗଲୀ, ବାଂଲାଦେଶୀ ଓ ରୋହିଙ୍ଗିଆ ଯୁବତୀଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ।

ଅଦ୍ୟତନ ହୋଇଛି
Leg

Leg

Advertisment

ବେଳାଭୂମୀରେ ଖୋଲମ୍‌ଖୋଲା ଚାଲୁଥିଲା ଦେହବେପାର। ମାଲାମାଲ ହେଉଥିଲେ ଦଲାଲ୍‌। ଆଉ ସେକ୍ସ କାରବାରରେ ନିୟୋଜିତ ହେଉଥିଲେ ବେଙ୍ଗଲୀ, ବାଂଲାଦେଶୀ ଓ ରୋହିଙ୍ଗିଆ ଯୁବତୀ। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ବୁଲ୍‌ଡୋଜର ସହାୟତାରେ ଆଜି ମାଟିରେ ମିଶାଇ ଦେଇଛି ୩୫ ଦେହ ଜୀବୀଙ୍କ ଘର।

Advertisment

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବାଲେଶ୍ୱରର ଉଦୟପୁର ବେଳାଭୂମୀ ଦେହଜୀବୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୋଗରାଇ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ବେଳାଭୂମୀରେ ପହଞ୍ଚିଥିଲେ। ପ୍ରଥମେ ସୀମା ନିର୍ଦ୍ଧାରଣ କରି ଉଚ୍ଛେଦ କାମ ଆରମ୍ଭ କରିଥିଲେ। ଏଥିରେ ବିଦ୍ୟୁତ, ଅଗ୍ନିଶମ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ଦୁଇଟି ବୁଲଡୋଜର ସହାୟତାରେ ବେଳାଭୂମୀରେ ନିର୍ମାଣ ହୋଇଥିବା ଟିଣ ଛପର ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ମୋଟ୍‌ ୧୦୦ଟି ଘର ଭାଙ୍ଗି ଦିଆଯାଇଛି। ସେଥିରେ ୩୫ଟି ଘରେ ସେକ୍ସ କାରବାର ହେଉଥିଲା। ଉଚ୍ଛେଦ ପୂର୍ବରୁ ଦେହଜୀବୀ ଓ ଦଲାଲମାନେ ଚମ୍ପଟ ମାରିଥିଲେ।

ଭୋଗରାଇ ବ୍ଲକ୍‌ ଅଧୀନ ଉଦୟପୁର ବେଳାଭୂମୀରେ ଗଢ଼ି ଉଠିଥିଲା ଟିଣ ଛପର ଘର। ଆଉ ତା’ ଭିତରେ ଥିଲା ରଙ୍ଗୀନ ପରିବେଶ। ଆଉ ସେହି ଘରେ ନିୟୋଜିତ ହେଉଥିଲେ ଦେହଜୀବୀ। କେତେକ ଦଲାଲ ବେଙ୍ଗଲୀ, ବାଂଲାଦେଶୀ ଓ ରୋହିଙ୍ଗିଆ ଯୁବତୀଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ। ଉଭୟପୁର ବେଳାଭୂମୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଖୋଲମ୍‌ଖୋଲା ଦିଆଯାଉଥିଲା ଅଫର। ଯିଏ ରାଜି ହେଉଥିଲା, ସିଏ ରୁମ୍‌ ଭିତରକୁ ଯାଉଥିଲା ଓ ମୂଲ୍‌ଚାଲ କରି ଦେବଜୀବୀଙ୍କ ସହିତ ରଖୁଥିଲା ଶାରୀରିକ ସମ୍ପର୍କ। ଆଉ ଯିଏ ରାଜି ହେଉନଥିଲା ସେମାନଙ୍କୁ ଜବରଦସ୍ତି ଭିଡ଼ି ନେଇ ଶାରୀରିକ ସମ୍ପର୍କ ରଖୁଥିଲେ ଦେହଜୀବୀ। ବିଶେଷ କରି ଯୁବ ପର୍ଯ୍ୟଟକଙ୍କୁ ସେମାନେ ଶିକାର କରୁଥିଲେ। ଏପରିକି ସେମାନଙ୍କଠାରୁ ଟଙ୍କା ପଇସା ଓ ମୋବାଇଲ ଛଡ଼ାଇ ନେଉଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା।

Advertisment
Jaleswarପ୍ରଶାସନ ପକ୍ଷରୁ ଚାଲିଛି ଉଚ୍ଛେଦ

ଉଦୟପୁର ବେଳାଭୂମୀରେ ଚାଲିଥିବା ଏପରି ଚିତ୍ର ବାଲେଶ୍ୱରବାସୀଙ୍କୁ ବ୍ୟଥିତ କରିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe