କଟକ ମାଲଗୋଦାମର ଗୁଡ୍ସ ଶେଡ୍ରେ କଟକ ମହାନଗର ନିଗମ (ସିଏମସି) ଏନ୍ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ କରିଛି।
ଜବତ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡର ପରିମାଣ ୫ କ୍ୱିଣ୍ଟାଲରୁ ଅଧିକ ହେବ। ବି ପାଣ୍ଡବ ନାମକ ଜଣେ ବ୍ୟକ୍ତି ଚଳାଇଥିଲେ ଏହି କାରବାର।
ବି ପାଣ୍ଡବଙ୍କୁ ଗୋଦାମକୁ ସିଲ୍ କରି ଦେଇଛି ସିଏମ୍ସି ଏନ୍ଫୋର୍ସମେଣ୍ଟ୍ ଟିମ୍। ତାଙ୍କର ଓଜନ କଣ୍ଟା ସହିତ ଅନ୍ୟାନ୍ୟ ଜିନିଷପତ୍ରକୁ ମଧ୍ୟ ଜବତ କରାଯାଇଛି।
ପାଣ୍ଡବଙ୍କ ନାଁରେ ସିଏମ୍ସି ପକ୍ଷରୁ ଏତଲା ଦିଆଯିବ ବୋଲି କୁହାଯାଇଛି।