AEE Sushil Panda and his three storey building
ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ୍ କୁମାର ପଣ୍ଡାଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ଶନିବାର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କର ୭ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହା ଚଢ଼ାଉ ବେଳେ ତାଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଥିଲା।
ବ୍ରହ୍ମପୁରର ରାମହରି ନଗରରେ ତାଙ୍କର ଗୋଟିଏ ତିନି ମହଲା କୋଠା ଅଛି। ବ୍ରହ୍ମପୁରର ଆଙ୍କୁଲିରେ ଥିବା ମୁକ୍ତେଶ୍ୱର ଆପାର୍ଟମେଣ୍ଟରେ ତାଙ୍କର ଗୋଟିଏ ଟୁ-ବିଏଚ୍କେ ଫ୍ଲାଟ ଅଛି। ସେହିଭଳି ପୁରୀରେ ଗୋଟିଏ ୱାନ୍-ବିଏଚ୍କେ ଫ୍ଲାଟ ଅଛି।
ଏହା ସହିତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କର ୬ଟି ଦାମୀ ପ୍ଲଟ ଅଛି। ସେଥିରୁ ଦୁଇଟି ବ୍ରହ୍ମପୁରରେ, ଦୁଇଟି ଭୁବନେଶ୍ୱରରେ, ଗୋଟିଏ ଖୋର୍ଦ୍ଧାର ବଣିଆଟାଙ୍ଗୀରେ ଓ ଗୋଟିଏ ଗଞ୍ଜାମ ଛତ୍ରପୁର ଅଞ୍ଚଳରେ ରହିଛି।
ଚଢ଼ାଉ ବେଳେ ତାଙ୍କ ବାସଭବନରୁ ନଗଦ ୨ ଲକ୍ଷ ୫ ହଜାର ଟଙ୍କା ମିଳିଛି। ତାଙ୍କର ୧ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଏବଂ ଗୋଟିଏ ଚାରିଚକିଆ ଓ ଦୁଇଟି ଦୁଇ ଚକିଆ ଗାଡ଼ି ରହିଛି। ସେହିପରି ତାଙ୍କ ଘରୁ ୧୨୬ ଗ୍ରାମ ସୁନାଗହଣା ଜବତ ହୋଇଛି। ଏତେ ସବୁ ସମ୍ପତ୍ତି ସେ କେମିତି ଠୁଳ କଲେ, ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
୬ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଗଞ୍ଜାମ ଓ ପୁରୀ ଜିଲ୍ଲାର ୭ଟି ସ୍ଥାନରେ ଗତକାଲି ଏହି ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ୭ଟି ସ୍ଥାନ ଭିତରେ ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୁର ଘର ମଧ୍ୟ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1751196945.jpg)