Advertisment

୧୧ ବର୍ଷ ପରେ ୧୧ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣୀନୂଆଗାଁ ଥାନାରେ ହାଜିରା ଦେଇଥିଲେ। ସେଠାରୁ ସେ ବାଇକ୍‌ରେ ଘରକୁ ଫେରିଲା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କିଛି ସମୟ ପାଇଁ ଅଟକିଥିଲେ।

undefined

Judgment

Advertisment

ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ୧୧ ବର୍ଷ ପରେ ୧୧ ଜଣ ହତ୍ୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ମାମଲାକୁ ବିଚାର କରି ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ଏବେ ସୁଦ୍ଧା ଫେରାର ରହିଛି।

Advertisment

୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣୀନୂଆଗାଁ ଥାନାରେ ହାଜିରା ଦେଇଥିଲେ। ସେଠାରୁ ସେ ବାଇକ୍‌ରେ ଘରକୁ ଫେରିଲା ବେଳେ ଗୋଷାଣୀ ନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କିଛି ସମୟ ପାଇଁ ଅଟକିଥିଲେ। ସେଠାରେ ଥିବା ଏକ ଦୋକାନରେ ଚା’ ପିଉଥିଲେ। ଠିକ୍‌ ସେହି ସମୟରେ ରାକେଶ ପଣ୍ଡା, ଟୁକୁନା ବେହେରା, ସନ୍ତୋଷ କୁମାର ସାହୁ, ମୃତ୍ୟୁଞ୍ଜୟ ସାବତ, ସନ୍ତୋଷ ପାଣିଗ୍ରାହୀ, ବୁଡୁ ଦାସ, ଗଣେଶ ପାଣିଗ୍ରାହୀ, ଏସ. କେ ଜାଫର, ବାବାଜୀ ରଣା, ସଂକର୍ଷଣ ପାଢ଼ୀ, ମଉଜ ମିଶ୍ର ଓ ଶଙ୍କର ବେହେରା ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଗୋଡ଼ାଇ ଗୋଡ଼ାଇ ଖଣ୍ଡା ହାଣିବା ସହିତ ବୋମା ଓ ଗୁଳି ମାଡ କରିଥିବା ଅଭିଯୋଗ ହୋଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।

ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୧ ବର୍ଷରେ ଅର୍ଥାତ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୨୬ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ମାମଲାର ବିଚାର କରି ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୧ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ତେବେ ଅନ୍ୟତମ ଅଭିଯୁକ୍ତ ମଉଜ ମିଶ୍ର ଜାମିନରେ ଆସି ଏବେ ସୁଦ୍ଧା ଫେରାର ରହିଛନ୍ତି।

Advertisment

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe