ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ନ୍ୟାୟ ଦାବିରେ ପରିବାର ଲୋକେ, ପୁଲିସର ପ୍ରତିଶୃତି ପରେ ହେଲା ଶବ ବ୍ୟବଚ୍ଛେଦ। ପାରିବାରିକ କଳହରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାଧିନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବିଙ୍କ ସହିତ ଗୁଜିଦରଡ଼ା ସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ବିବାହ ହୋଇଥିଲା। ଏବଂ ତାଙ୍କର ଜଲ ରୁନୁଙ୍କୁ ମାରପିଟ ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ବାହାଘର ପରଠାରୁ ମୋଜଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ଏବଂ ରୁନୁଙ୍କ ଦୁଇଟି କନ୍ୟା ସନ୍ତାନ ଥିବା ହେତୁ ମାରପିଟ ମଧ୍ୟ କରୁଥିଲେ। ମୋଜଲ ସବୁବେଳେ ନିଶା ଖାଇ ରୁନୁଙ୍କୁ ଅତ୍ୟାଚାର ଦେଉଥିବା ଅଭିଯୋଗ ହୋଇଛି।
ପୂର୍ବରୁ ଅଧିକ ଯୌତୁକ ଦାବିକରି ମୋଜଲ ରୁନୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଏନେଇ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା ଯେଉଁ ମାମଲା ଅଦ୍ୟାବଧି କୋର୍ଟରେ ବିଚରାଧୀନ ରହିଛି। ମୋଜଲଙ୍କ ଵ୍ୟତୀତ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା।
ତେବେ ୨୨ ତାରିଖ ଦିନ ରୁନୁଙ୍କ ଭାଇ ସେକ ସରାଫତଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା ତୁମ ଭଉଣୀଙ୍କୁ ଭିଣୋଇ ଭୁଜାଲିରେ ହାଣି ରକ୍ତାକ୍ତ କରିଦେଇଛି। ତେବେ ରୁନୁଙ୍କ ଭାଇ ଗୁଜିଦରଡ଼ା ପହଞ୍ଚି ପୁଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାପରେ ରୁନୁଙ୍କ ସ୍ୱାମୀ ମୋଜଲ ହୋସେନ ଫେରାର ଅଛନ୍ତି।
ଏହାକୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲେ। ତେବେ ଆଜି ଗୁଜିଦରଡ଼ା ଫାଣ୍ଡି ଅଧିକାରୀ, ଗ୍ରାମାଞ୍ଚଳ ଥାନାଧିକାରୀ, ସିଟି ଡ଼ିଏସପିଙ୍କ ଉପସ୍ଥିତିରେ ସାତଦିନ ଭିତରେ ପୁଲିସ ତଦନ୍ତ ରିପୋର୍ଟ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ପରିବାର ଲୋକେ ଶାନ୍ତ ହୋଇଥିଲେ।
ରିପୋର୍ଟ – ଭଦ୍ରକରୁ ପାର୍ଥସାରଥି ନାୟକ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।