Advertisment

ବିବାହର ୧୪ ବର୍ଷ ପରେ ବି ଦେଉଥିଲେ ଯୌତୁକ ନିର୍ଯାତନା, ମାରି ଫେରାର ହୋଇଗଲେ

ବାହାଘର ପରଠାରୁ ମୋଜଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ଏବଂ ରୁନୁଙ୍କ ଦୁଇଟି କନ୍ୟା ସନ୍ତାନ ଥିବା ହେତୁ ମାରପିଟ ମଧ୍ୟ କରୁଥିଲେ।

husband killed his wife

husband killed his wife

Advertisment

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର, ନ୍ୟାୟ ଦାବିରେ ପରିବାର ଲୋକେ, ପୁଲିସର ପ୍ରତିଶୃତି ପରେ ହେଲା ଶବ ବ୍ୟବଚ୍ଛେଦ। ପାରିବାରିକ କଳହରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

Advertisment

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାଧିନ ମିର୍ଜାପୁର ଗ୍ରାମର ସେକ ତାହିରଙ୍କ ଝିଅ ରୁନୁ ବିବିଙ୍କ ସହିତ ଗୁଜିଦରଡ଼ା ସ୍ଥିତ ସେକ ମୋଜଲ ହୋସେନଙ୍କ ସହ ୧୪ ବର୍ଷ ପୂର୍ବେ ‍ବିବାହ ହୋଇଥିଲା। ଏବଂ ତାଙ୍କର ଜଲ ରୁନୁଙ୍କୁ ମାରପିଟ ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ବାହାଘର ପରଠାରୁ ମୋଜଲ ରୁନୁଙ୍କୁ ଯୌତୁକ ନିର୍ଯାତନା ଦେଇଆସୁଥିଲେ ଏବଂ ରୁନୁଙ୍କ ଦୁଇଟି କନ୍ୟା ସନ୍ତାନ ଥିବା ହେତୁ ମାରପିଟ ମଧ୍ୟ କରୁଥିଲେ। ମୋଜଲ ସବୁବେଳେ ନିଶା ଖାଇ ରୁନୁଙ୍କୁ ଅତ୍ୟାଚାର ଦେଉଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଅଧିକ ଯୌତୁକ ଦାବିକରି ମୋଜଲ ରୁନୁଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଏନେଇ ପୁରୁଣାବଜାର ଥାନାରେ ଏକ ମାମଲା ମଧ୍ୟ ଦାୟର ହୋଇଥିଲା ଯେଉଁ ମାମଲା ଅଦ୍ୟାବଧି କୋର୍ଟରେ ବିଚରାଧୀନ ରହିଛି। ମୋଜଲଙ୍କ ଵ୍ୟତୀତ ତାଙ୍କର ଦୁଇ ଭଉଣୀ ଓ ଭିଣୋଇ ମଧ୍ୟ ରୁନୁଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା।

Advertisment

ତେବେ ୨୨ ତାରିଖ ଦିନ ରୁନୁଙ୍କ ଭାଇ ସେକ ସରାଫତଙ୍କ ମୋବାଇଲକୁ ଏକ ଫୋନ ଆସିଥିଲା ତୁମ ଭଉଣୀଙ୍କୁ ଭିଣୋଇ ଭୁଜାଲିରେ ହାଣି ରକ୍ତାକ୍ତ କରିଦେଇଛି। ତେବେ ରୁନୁଙ୍କ ଭାଇ ଗୁଜିଦରଡ଼ା ପହଞ୍ଚି ପୁଲିସ ଉପସ୍ଥିତିରେ ରୁନୁଙ୍କୁ ମେଡିକାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ରୁନୁଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟାପରେ ରୁନୁଙ୍କ ସ୍ୱାମୀ ମୋଜଲ ହୋସେନ ଫେରାର ଅଛନ୍ତି।

ଏହାକୁ ନେଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲେ। ତେବେ ଆଜି ଗୁଜିଦରଡ଼ା ଫାଣ୍ଡି ଅଧିକାରୀ, ଗ୍ରାମାଞ୍ଚଳ ଥାନାଧିକାରୀ, ସିଟି ଡ଼ିଏସପିଙ୍କ ଉପସ୍ଥିତିରେ ସାତଦିନ ଭିତରେ ପୁଲିସ ତଦନ୍ତ ରିପୋର୍ଟ କରି ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ପରିବାର ଲୋକେ ଶାନ୍ତ ହୋଇଥିଲେ।

ରିପୋର୍ଟ – ଭଦ୍ରକରୁ ପାର୍ଥସାରଥି ନାୟକ

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe