Advertisment

ଅପହରଣର ୩ ଦିନ ପରେ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ!

ପୁଲିସ୍‌ ଦୀପୁ ପାତ୍ରଙ୍କ ନିଖୋଜକୁ ନେଇ ଚିନ୍ତାରେ ପଡ଼ିଯାଇଥିଲା। ଠିକ୍‌ ସେହି ସମୟରେ ଦୀପୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଏକ ଫୋଟ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା।

author-image
Manoranjan Sial
Deepu Patra

Deepu Patra

ଅପହରଣର ୩ ଦିନ ପରେ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ! ଏପରି ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ଘଟିଛି। ତେବେ ତାଙ୍କୁ କିଏ ଓ କାହିଁକି ଅପହରଣ କଲା ଏବଂ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

କବିସୂର୍ଯ୍ୟନଗର କେ.ଖରିଡା ଗାଁର ଦୀପୁ ପାତ୍ର ଗତ ଶୁକ୍ରବାର କୌଣସି ଏକ ମାମଲାରେ କୋଦଳା କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସରିବା ପରେ ସେ ନିଜ ଗାଁକୁ ଫେରିଥିଲେ। ସେହି ସମୟରେ ତାଙ୍କୁ ଜେ.ଛଚିନା ଗାଁ ନିକଟରୁ ଅପହରଣ କରାଯାଇଥିଲା। ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ଦୀପୁଙ୍କ ପତ୍ତା ପାଇନଥିଲା।

ପୁଲିସ୍‌ ଦୀପୁ ପାତ୍ରଙ୍କ ନିଖୋଜକୁ ନେଇ ଚିନ୍ତାରେ ପଡ଼ିଯାଇଥିଲା। ଠିକ୍‌ ସେହି ସମୟରେ ଦୀପୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବାର ଏକ ଫୋଟ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ସେହି ଫୋଟକୁ ନେଇ ପୁଲିସ୍‌ ଖୋଳତାଡ କରୁଥିଲା। ଆଜି ଦୀପୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା। ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ମୃତଦେହ ଉଦ୍ଧାର ରିଛି ପୁଲିସ୍‌।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଦୀପୁଙ୍କୁ କିଏ ଓ କାହିଁକି ଅପହରଣ କରିଥିଲା? କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି? କାହା ସହିତ ଦୀପୁଙ୍କର ପୂର୍ବରୁ ଶତ୍ରୁତା ଥିଲା କି? ଏମିତି ନାନା ପ୍ରଶ୍ନ ଜାଲ୍‌ରେ ଛନ୍ଦି ହୋଇ ପଡ଼ିଛି ପୁଲିସ।

ରିପୋର୍ଟ-ପୋଲସରାରୁ ପୀତବାସ ଦାଶ

Ganjam