Advertisment

ଡ୍ୟାନ୍ସ ଗାର୍ଲଙ୍କୁ ଦେଇଥିଲେ ମନ, ଏବେ ଭୁଷିଦେଲେ ଛୁରୀ

ଉଭୟଙ୍କ ମଧ୍ୟରେ ମନ ଦିଆନିଆ ହୋଇଥିବା ବେଳେ ପରସ୍ପରକୁ ଜୀବନସାଥୀ କରିବାର କଥା ବି ଦେଇଥିଲେ। ହେଲେ ହଠାତ୍‌ ପ୍ରେମରେ ପଡ଼ିଲା ଭଟ୍ଟା ।

author-image
Niharika Rout
Attack

Attack

ଷ୍ଟେଜ ଉପରେ ଯୁବତୀଙ୍କ ନୃତ୍ୟ ଦେଖି ତାଙ୍କ ପ୍ରେମରେ ପାଗଳ ହେଲେ ଯୁବକ । ଆଉ ଶେଷରେ ତାଙ୍କ ବି ନିଜ ପ୍ରେମ ଜାଲରେ ଫସାଇଦେଲେ। ପ୍ରାୟ ବର୍ଷେରୁ ଅଧିକ ସମୟ ଚାଲିଥିଲା ପ୍ରେମ ସମ୍ପର୍କ। ଉଭୟଙ୍କ ମଧ୍ୟରେ ମନ ଦିଆନିଆ ହୋଇଥିବା ବେଳେ ପରସ୍ପରକୁ ଜୀବନସାଥୀ କରିବାର କଥା ବି ଦେଇଥିଲେ। ହେଲେ ହଠାତ୍‌ ପ୍ରେମରେ ପଡ଼ିଲା ଭଟ୍ଟା । ଆଉ ପ୍ରେମ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଛେଦ ।

Advertisment

ଏଥିରେ ଉତ୍‌କ୍ଷିପ୍ତ ହୋଇ ଥିବା ଯୁବକଜଣକ ପ୍ରତିଶୋଧର ନିଆଁରେ ଜଳି ଉଠାଇଲେ ଚରମ ପଦକ୍ଷେପ । ନିଜଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ଭୁଶିଦେଲେ ଛୁରୀ। ଯୁବତୀଜଣକ ଏବେ ମେଡିକାଲ ବେଡରେ ଛଟପଟ ହେଉଥିବା ବେଳେ ଫେରାର ହୋଇଯାଇଛି ଯୁବକ ।

ଏପରି ଏକ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦେଖିବାକୁ ମିଳିଛି। ଯୁବତୀଙ୍କ ଘର ପୁରୀରେ ହୋଇଥିବା ବେଳେ ଯୁବକଙ୍କ ଘର ବିହାରରେ ବୋଲି ଜଣାଯାଇଛି। ଛୁରା ମାଡ଼ରେ ଗୁରୁତର ଯୁବତର ଲିପ୍ସା ନାୟକ ହୋଇଥିବା ବେଳେ ଫେରାର ଯୁବକଜଣକ ବିହାରର ରୋହିତ ସିଂ ।

Advertisment

ପୁରୀର ୫ ଯୁବତୀ ଉମରକୋଟରେ ବିଭିନ୍ନ ସ୍ଥାନରେ ଷ୍ଟେଜ ପ୍ରୋଗ୍ରାମରେ ନୃତ୍ୟ ପରିବେଷଣ କରୁଥିଲେ । ସେମାନେ ଉମରକୋଟ ସହରସ୍ଥିତ ଏକ ଭଡାଘରେ ରହୁଥିଲେ।

ଘଟଣା ଦିନ ରୋହିତ ସିଂ ପାଚେରି ଡେଇଁ ଲିପ୍ସା ରହୁଥିବା ଘରକୁ ଯାଇଥିଲେ। ଏହାପରେ ଫୋନ୍‌ କରି ସେ ତାଙ୍କୁ ବାହାରକୁ ଡାକିଥିଲେ। ରୋହନଙ୍କ କଥା ଶୁଣି ଲିପ୍ସା ବି ବାହାରକୁ ଚାଲି ଯାଇଥିଲେ।

ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ରୋଡନ ନିଜ ସହ ଆଣିଥିବା ଏକ ଛୁରୀରେ ତାଙ୍କ ଶରୀରକୁ ଆଘାତ କରିଥିଲେ। ଛୁରୀ ମାଡ଼ରେ ଯୁବତୀଙ୍କ ଜଙ୍ଘ, ଛାତି ଓ ବାମ ହାତରେ ଗଭୀର ଆଘାତ ହୋଇଥିବାବେଳେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ଗୁରୁତର ଯୁବତୀଙ୍କ ବୟାନ ରେକର୍ଡ କରି ଯାଞ୍ଚ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ଥିବା ଜଣାଯାଇଛି।

ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିବାରୁ ରୋହିତ ସିଂ ଏପରି କାଣ୍ଡ ଘଟାଇଥିବା ଲିପ୍ସା ପୁଲିସ୍‌ ସମ୍ମୁଖରେ କହିଛନ୍ତି।

Love Betrayal Dhokka In Love Nabarangpur