Advertisment

ଭାଇ ନା ରାକ୍ଷସ? ରାକ୍ଷୀ ବାନ୍ଧିଥିବା ଭଉଣୀଙ୍କୁ ଦୁଷ୍କର୍ମ ପରେ ମାରି ଝୁଲାଇ ଦେଲା

ଆଶା ଥିଲା ଭାଇ ତା’କୁ ବିପଦରୁ ରକ୍ଷା ଦେବ। ହେଲେ ୩୩ ବର୍ଷୀୟ ସମ୍ପର୍କୀୟ ଭାଇ ହିଁ ତାକୁ ଦୁଷ୍କର୍ମ କରିଛି।

Stop

Stop

Advertisment

ନିଜର ସୁରକ୍ଷା ପାଇଁ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧେ। ବିପଦ ବେଳେ ଭାଇ ହିଁ ଭଉଣୀର ରକ୍ଷା କବଚ ସାଜେ। ହେଲେ ଏଠି ଭାଇ ସାଜିଛି ରାକ୍ଷସ। ନିଜ ଯୌନ ଭୋକକୁ ମେଣ୍ଟାଇବା ପାଇଁ ଭାଇ ଘଟାଇଛି ଜଘନ୍ୟକାଣ୍ଡ। ସମ୍ପର୍କୀୟ ନାବାଳିକା ଭଉଣୀ ବେଶ ଶ୍ରଦ୍ଧାରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲା।

Advertisment

ଆଶା ଥିଲା ଭାଇ ତା’କୁ ବିପଦରୁ ରକ୍ଷା ଦେବ। ହେଲେ ୩୩ ବର୍ଷୀୟ ସମ୍ପର୍କୀୟ ଭାଇ ହିଁ ତାକୁ ଦୁଷ୍କର୍ମ କରିଛି। ରାକ୍ଷୀ ବାନ୍ଧିବାର କିଛି ଘଣ୍ଟା ପରେ ଭାଇ ଜଣକ ୧୪ ବର୍ଷୀୟ ଭଉଣୀକୁ ଦୁଷ୍କର୍ମ କରିବା ପରେ ମାରି ଦେଇଛି। ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ହେଁ ତା’ ସବୁ ଖେଳ ପୁଲିସ୍‌ ଭଣ୍ଡୁର କରି ଦେଇଛି।

ଉତ୍ତର ପ୍ରଦେଶର ଅଉରିୟାରୁ ଏପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ରାକ୍ଷୀ ପୂର୍ଣ୍ଣିମା ଅର୍ଥାତ ଶନିବାର ପୂରା ଘଟଣା ଘଟିଥିବା ବେଳେ ଏବେ ପୁଲିସ୍‌ ଏହାର ପର୍ଦ୍ଦାଫାସ କରି ଅଭଯୁକ୍ତକୁ ଗିରଫ କରିଛି। ଶନିବାର ସକାଳେ ଅଭିଯୁକ୍ତ ସୁରଜିତ ନିଜ ମାମୁଙ୍କ ଘରକୁ ଯାଇଥିଲା। ସେଠାରେ ୧୪ ବର୍ଷୀୟ ମାମୁ ଝିଅ ଭଉଣୀ ତା’ ହାତରେ ରାକ୍ଷୀ ବାନ୍ଧିଥିଲା।

Advertisment

ହେଲେ ସେହିଦିନ ରାତିରେ ସୁରଜିତ ପ୍ରବଳ ମଦ ପିଇବା ସହ ଶୋଇଥିବା ନିଜ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କଥା କାଳେ ନବାଳିକା କାହାକୁ କହିଦେବ, ସେହି ଭୟରେ ସେ ତା’କୁ ମାରି ଦେଇଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ସେ ମୃତଦେହର ବେକରେ କପଡ଼ା ବାନ୍ଧି ଝୁଲାଇ ଦେଇଥିଲା।

ନାବାଳିକାଙ୍କ ବାପା ଅନ୍ୟ ଏକ ରୁମରେ ରହିଥିଲେ ହେଁ ଅପରାଧ ବିଷୟରେ ଜାଣି ପାରି ନଥିଲେ। ପରଦିନ ସକାଳେ ଝିଅର ଝୁଲନ୍ତା ମୃତଦେହ ଦଆଖି ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି ବିବେଚନା କରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ତ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା।

ପୁଲିସ୍‌ ପରିବାର ଲୋକଙ୍କୁ ଜେରା କରୁଥିବା ବେଳେ ସୁରଜିତର ବ୍ୟବହାର ସନ୍ଦେହ ଘେରକୁ ଆସିଥିଲା। ପୁଲିସ୍‌ର ତଦନ୍ତ ବେଳେ ସୁରଜିତ ପରିବାରର ଅନ୍ୟ ସଦସ୍ୟମାନଙ୍କ ପାଇଁ ଓକିଲାତି ମଧ୍ୟ କରୁଥିଲା। ପୁଲିସ୍‌ ତଦନ୍ତ କରୁଥିବା ବେଳେ ସୁରଜିତ ବାରମ୍ବାର ମାମୁ ଘରକୁ ଆସି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ୍‌ ତା’କୁ ଉଠାଇ ନେଇ ଜେରା କରିବାରୁ ସେ ସବୁ ମାନି ଯାଇଥିଲା।

ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଅଉରିୟା ଏସ୍‌ପି ଅଭିଜିତ ଶଙ୍କର କହିଛନ୍ତି। ଏଥିସହ ପୀଡ଼ିତାଙ୍କ ନଖ ଓ ହାତରୁ ଅଭିଯୁକ୍ତର ଚୁଟି ମିଳିଛି। ସବୁ ପ୍ରକାରର ପ୍ରମାଣ ଓ ଅଭିଯୁକ୍ତର ବୟାନ ଆଧାରରେ ଗିରଫଦାରୀ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Uttar Pradesh Crime Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe