Advertisment

ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଘରେ ପୂରାଇ ଦେଉନାହାନ୍ତି; ଏତେ ବଡ଼ ସହରରେ ଛୁଆକୁ ଧରି କେଉଁଠି ରହିବି?

ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଦିବ୍ୟଜ୍ୟୋତିଙ୍କ ଭଲ ପାଇବା କମ୍‌ ହୋଇନଥିଲା। ପ୍ରିୟଙ୍କାଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ ଦିବ୍ୟଜ୍ୟୋତି। ଉଭୟଙ୍କ ଔରଷରୁ ପିଲାଟିଏ ହୋଇଥିଲା। ପିଲା ଜନ୍ମ ପରେ ଦିବ୍ୟଜ୍ୟୋତି ବେଶ୍‌ ଖୁସି ଥିଲେ।

Bhubaneswar

Bhubaneswar

Advertisment

ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଶାଶୁ ଘରୁ ମିଳୁଛି ନିର୍ଯାତନା। ପ୍ରେମ ବିବାହ କରି ଗାଳି ଖାଇ ଖାଇ ଦିନ କଟୁଛନ୍ତି। ସ୍ୱାମୀଙ୍କ ଦେହାନ୍ତ ପରେ ତାଙ୍କୁ ଓ ୩ ବର୍ଷର ଛୁଆକୁ ଗ୍ରହଣ କରୁ ନାହାନ୍ତି ଶାଶୁ ଘର ଲୋକ। ତେଣୁ ବାରଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ବୋହୂ। ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏପରି ଅଭିଯୋଗ।

Advertisment

ଓଲଡ୍‌ ଟାଉନ୍‌ର ଦିବ୍ୟଜ୍ୟୋତି ସାହୁଙ୍କୁ ଦୀର୍ଘ ୭ ବର୍ଷ ଧରି ଭଲ ପାଉଥିଲେ ପ୍ରିୟଙ୍କା ସାହୁ। ଆଉ ଦିବ୍ୟଜ୍ୟୋତି ମଧ୍ୟ ପ୍ରିୟଙ୍କାଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ନେଇଥିଲା ବିବାହର ରୂପ। ପ୍ରିୟଙ୍କାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ଦିବ୍ୟଜ୍ୟୋତି ସାହୁ। ହେଲେ ସେହି ବିବାହରେ ଖୁସି ନଥିଲେ ଦିବ୍ୟଜ୍ୟୋତିଙ୍କ ପରିବାର ଲୋକେ। ପ୍ରିୟାଙ୍କାଙ୍କୁ ବୋହୂ ରୂପେ ଗ୍ରହଣ କରୁନଥିବା ଅଭିଯୋଗ ହୋଇଥିଲା। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ। ମାତ୍ର ଏଥିରେ ସେ ରାଜି ନହେବାରୁ ଦିଆଯାଉଥିଲା ନିର୍ଯାତନା।

ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଦିବ୍ୟଜ୍ୟୋତିଙ୍କ ଭଲ ପାଇବା କମ୍‌ ହୋଇନଥିଲା। ପ୍ରିୟଙ୍କାଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ ଦିବ୍ୟଜ୍ୟୋତି। ଉଭୟଙ୍କ ଔରଷରୁ ପିଲାଟିଏ ହୋଇଥିଲା। ପିଲା ଜନ୍ମ ପରେ ଦିବ୍ୟଜ୍ୟୋତି ବେଶ୍‌ ଖୁସି ଥିଲେ। ହେଲେ ପରିବାର ଲୋକଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିବା ପ୍ରିୟଙ୍କା କିନ୍ତୁ ନାନା ଦୁଶ୍ଚିନ୍ତାରେ ଦିନ କାଟୁଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ ସେ ତାଙ୍କ ବାପଘରକୁ ଚାଲି ଯାଇଥିଲେ। ସାଥୀରେ ଛୁଆକୁ ନେଇ ଯାଇଥିଲେ।

Advertisment

ପ୍ରିୟଙ୍କା ବାପ ଘରକୁ ଚାଲି ଯିବା ପରେ ପୂରା ଏକୁଟିଆ ହୋଇଯାଇଥିଲେ ଦିବ୍ୟଜ୍ୟୋତି। ମାନସିକ ଚାପରେ ରହୁଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା ପୂର୍ବରୁ ଦିବ୍ୟଜ୍ୟୋତି ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ପ୍ରିୟଙ୍କାଙ୍କ କହିବା ଅନୁସାରେ ସୁଇସାଇଡ୍‌ ନୋଟ୍‌ରେ ଦିବ୍ୟଜ୍ୟୋତି ଲେଖିଥିଲେ, ଛୋଟ ବେଳୁ ମୁଁ ମୋ ବାପା-ମାଆଙ୍କ ସ୍ନେହ ପାଇଲି ନାହିଁ। ଭଗବାନ ମୋତେ ମୋ ବାପା-ମାଆଙ୍କଠାରୁ ଅଲଗା କରିଦେଇଥିଲେ। ମୋ ଛୁଆ ମଧ୍ୟ ମୋଠାରୁ ଦୂରେଇ ଯାଉଛି। ତେଣୁ ମୁଁ ଆଉ ଏ ଦୁନିଆରେ ରହିବାକୁ ଚାହୁଁନାହିଁ। ମିଛ ସତ ଦୁନିଆରେ ରହିବାକୁ ଚାହୁଁନାହିଁ। .... ଅନେକ କଥା ଲେଖାଥିବା ପ୍ରିୟାଙ୍କା କହିଛନ୍ତି।

ପ୍ରିୟଙ୍କା ଆହୁରି କହିଛନ୍ତି, ଦିବ୍ୟଜ୍ୟୋତିଙ୍କ ଆତ୍ମହତ୍ୟା କଥା ମୋତେ ଜଣାଇଲେ ନାହିଁ। ମୋ ପିଲାକୁ ଶବଦାହ ସ୍ଥାନକୁ ଛାଡ଼ିଲେ ନାହିଁ। ଏବେ ନାନା ଧମକ ଦେଉଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ଘରେ ପଶିବାକୁ ଦେଉନାହାନ୍ତି। ଛୋଟ ଛୁଆକୁ ଧରି ଏତେ ବଡ଼ ସହରରେ ରହିବି କେମିତି? ତେଣୁ ପ୍ରିୟଙ୍କା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ତେବେ ପ୍ରିୟଙ୍କାଙ୍କ ଅଭିଯୋଗ ନେଇ ଶାଶୁ ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe