Advertisment

ଯୁବକଙ୍କୁ ହତ୍ୟା କରିବା ପରେ ଧମକ ପୂର୍ଣ୍ଣ ପୋଷ୍ଟର ଛାଡ଼ିଲେ ମାଓବାଦୀ

ମାଓବାଦୀ ମେଟଲାଙ୍କୁ ହତ୍ୟା କରିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଅଦ୍ୟତନ ହୋଇଛି
 poster

poster

Advertisment

ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ହେଉଛି ମେଟଲା ରଇତ। ତାଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବାଡ଼ିପଙ୍ଗା ଗାଁରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ମେଟାଲଙ୍କୁ ଘରୁ ଉଠାଇ ନେଇଯାଇଥିଲେ। ଆଉ ଆଜି ତାର ମୃତ ଦେହ ଘର ଠାରୁ କିଛି ଦୂରରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ମାଓବାଦୀ ମେଟଲାଙ୍କୁ ହତ୍ୟା କରିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏନେଇ କୋଟଗଡ଼ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ମାଓବାଦୀ ମେଟଲାଙ୍କୁ ହତ୍ୟା କରିବାପରେ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ି ଯାଇଛନ୍ତି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ କମିଟି ମେଟଲାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଯେଉଁ ମାନେ ମେଟଲା ଭଳି ଦଲାଲ କାମ କରୁଥିବା ବ୍ୟକ୍ତି ତୁରନ୍ତ ନିଜ ଭୁଲକୁ ମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ ନଚେତ ଏରିଆ ଛାଡ଼ି ଚାଲିଯାନ୍ତୁ। ନହେଲେ ମେଟଲା ଭଳି ଦଣ୍ଡ ଦିଆଯିବ ବୋଲି ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe