Advertisment

୬ ଦିନ ଧରି ନିଖୋଜ ଥିଲେ ବ୍ୟକ୍ତି, ଯୋରରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ନିକଟ ଯୋରରୁ ଉଦ୍ଧାର ହେଲା ମୃତଦେହ। ତାହା ପୁଣି ଅଖାବସ୍ତା ଭିତରେ ଗୁଡ଼ା ହୋଇଥିଲା ବେଳେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଥିଲା।

Prakash Sahu

Prakash Sahu

Advertisment

୬ ଦିନ ଧରି ନିଖୋଜ ହୋଇଯାଇଥିଲେ ବ୍ୟକ୍ତି। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ନିକଟ ଯୋରରୁ ଉଦ୍ଧାର ହେଲା ମୃତଦେହ। ତାହା ପୁଣି ଅଖାବସ୍ତା ଭିତରେ ଗୁଡ଼ା ହୋଇଥିଲା ବେଳେ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଥିଲା। ଏପରି ଏକ ଲୋମଟାଙ୍କୁରା ଘଟଣା କଟକ ଜିଲ୍ଳା କସର୍ଦ୍ଦାରେ ଘଟିଛି। ମୃତକ ହେଲେ କସର୍ଦ୍ଦା କବିଚନ୍ଦ୍ରପୁର ଗାଁର ପ୍ରକାଶ ସାହୁ ।

Advertisment

ପ୍ରକାଶ ସାହୁ ଗତ ୬ ଦିନ ଧରି ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ । ତେବେ ଆଜି ସକାଳୁ ଘର ନିକଟ ଏକ ପାଣି ଯୋରରୁ ପ୍ରକାଶଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଏ ଅଖା ବସ୍ତାରୁ ଉଦ୍ଧାର ହୋଇଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍ ଓ ନିଆଳି ପୁଲିସ ଘଟଣାର ଛାନଭିନ କରୁଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରକାଶଙ୍କ ପରିବାର ଲୋକେ ।

Advertisment

ପ୍ରକାଶଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ୱାମୀ ଓ ଗାଁର ଅରୂପ ନାୟକ ଲିଜ୍‌ରେ ଧାନ କଟା ମେଶିନ କିଣିଥିଲେ। ଉକ୍ତ ମେଶିନ ଦୁଇ ଦିନ ଧାନ କାଟିବା ପରେ ଗତ ୩ ତାରିଖରେ ସ୍ୱାମୀ ସନ୍ଧ୍ୟା ବେଳେ ଘରକୁ ଆସିଥିଲେ। ଏହାପରେ ହିସାବ ଥିବାରୁ ଘରକୁ ଫେରିବା ବିଳମ୍ବ ହେବ ବୋଲି କହି ଚାଲି ଯାଇଥିଲେ। ଏହାପରେ ଫୋନ୍‌ କରିବାରୁ ଆଉ ଉଠାଇ ନ ଥିଲେ। ଏପରିକି ଅରୂପ ନାୟକଙ୍କୁ ଫୋନ୍‌ କରିବାରୁ ମୁଁ ତୁମ ସ୍ୱାମୀଙ୍କୁ ଦେଖିନି, କୁଆଡ଼େ ଯାଇଥିବ ଖୋଜ ବୋଲି କହିଥିଲେ।

ଏହା ପରଦିନ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ଫାଣ୍ଡି ଅଧିକାରୀ ଏହାକୁ ଗୁରୁତର ସହ ନେଇ ନ ଥିଲେ। ଏପରିକି ତୁମେ ଖୋଜାଖୋଜି କର ବୋଲି କହିଥିଲେ। ଇତି ମଧ୍ୟରେ ୬ ଦିନ ବିତି ଯାଇଥିବା ବେଳେ ପରିବାର ଲୋକେ ଆଶାଆଶଙ୍କାରେ ଦିନ କାଟୁଥିଲେ।

Familyଶୋକାକୂଳ ପରିବାର।

ଆଜି ସକାଳେ ଗାଁର ଯୋର ନିକଟରୁ ଦୁର୍ଗନ୍ଧ ବାହାରୁଥିବାରୁ ଗାଁର କିଛି ଯୁବକ ତା’ ଭିତରେ ପଶିଥିଲେ। ଏହାପରେ ଏକ ଅଖାକୁ ବାହାରକୁ ଆଣିଥିବା ବେଳେ ତା’ ଭିତରୁ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ପ୍ରକାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ୱାମୀଙ୍କ ମୃତ୍ୟୁ ପଛରେ ଅରୁପ ସାହୁ, ସଞ୍ଜୟ ପ୍ରଧାନ, ଗାଡ଼ି ଡ୍ରାଇଭର ଓ ସେଠାରେ ଧାନ ବାଡ଼ାଉଥିବା ମା’ ପୁଅଙ୍କ ହାତ ଥିବା ମୃତ ପ୍ରକାଶଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏଥିସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Murder Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe