Advertisment

ବ୍ୟବଚ୍ଛେଦ ପରେ ମୃତ ମହିଳାଙ୍କ ଆଖି ଗାଏବ

ବ୍ୟବଚ୍ଛେଦ ପରେ ଗାଏବ ହୋଇଗଲା ମୃତ ମହିଳାଙ୍କ ଆଖି। ଏହାଦେଖି ତାଜୁବ ହୋଇଗଲେ ପରିବାର ଲୋକେ।

Dead Body

Dead Body

Advertisment

ବ୍ୟବଚ୍ଛେଦ ପରେ ଗାଏବ ହୋଇଗଲା ମୃତ ମହିଳାଙ୍କ ଆଖି। ଏହାଦେଖି ତାଜୁବ ହୋଇଗଲେ ପରିବାର ଲୋକେ। ମୃତ ମହିଳାଙ୍କ ଆଖି କୁଆଡ଼େ ଗଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁନଃ ବ୍ୟବଚ୍ଛେଦର ନିର୍ଦ୍ଦେଶ ଦିଆଯାଇଛି। ଏପରି ଏକ ଚକିତ କରିବା ପରି ଘଟଣା ଉତ୍ତରପ୍ରଦେଶର ବଦାୟୁରେ ଘଟିଛି। ମୃତା ମହିଳାଜଣକ ହେଲେ ୨୦ ବର୍ଷୀୟା ପୂଜା।

Advertisment

ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରିଥିବା ପୂଜାଙ୍କ ବାପ ଘର ଲୋକେ ଅଭିଯୋଗ କରିଥିଲେ। ଗତ ରବିବାର ଗାଁ ନିକଟ ଏକ ଗଛରେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୋମବାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମାତ୍ର ବ୍ୟବଚ୍ଛେଦ ପରେ ଯେତେବେଳେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା ସେତେବେଳେ ସେଥିରୁ ଆଖି ଗାଏବ ହୋଇ ଯାଇଥିଲା।

ଏନେଇ ପୂଜାଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପରିକି ଏହା ପଛରେ ମାନବ ଅଙ୍ଗ ଚାଲାଣ ରାକେଟ ସକ୍ରିୟ ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ ମୃତଦେହର ପୁନଃ ବ୍ୟବଚ୍ଛେଦ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟର ଭିଡିଓଗ୍ରାଫି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏଥିରେ କେହି ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe