Advertisment

ଅବସର ପରେ ବାବୁଙ୍କୁ ପୁନଃ ନିଯୁକ୍ତି ଦେଇଥିଲେ ସରକାର, ୫.୫୪ ଲକ୍ଷ ସହ ଧରିଲା ଭିଜିଲାନ୍ସ

ଆଜି ୫ ଲକ୍ଷ ୫୪ ହଜାର ଟଙ୍କା ସହ ଧରାପଡ଼ିଛନ୍ତି ଏହି ବାବୁ।

ଅଦ୍ୟତନ ହୋଇଛି
Rohita Parida

Rohita Parida

Advertisment

ଯେଉଁ ସରକାରୀ ପଦବୀରୁ ଅବସର ନେଇଥିଲେ ପରେ ପୁନଶ୍ଚ ସେହି ପଦବୀରେ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ଠିକା ନିଯୁକ୍ତି ଦେଇଥିଲେ। ହେଲେ ବାବୁ ପଦବୀର ଦୁରୋପଯୋଗ କରି ଅମାପ ସମ୍ପତ୍ତି ଏକଜୁଟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଉ ଆଜି ୫ ଲକ୍ଷ ୫୪ ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏହି ବାବୁ।

Advertisment

ଏହି ବାବୁ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଆର୍‌. ଉଦୟଗିରି TDCCOL (ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ୍ କର୍ପୋରେସନ୍ ଲିମିଟେଡ୍‌)ର ପୂର୍ବତନ ଜେନେରାଲ ମ୍ୟାନେଜର। ତାଙ୍କ ନାଁ ରୋହିତ ପରିଡ଼ା। ସେ ସରକାରଙ୍କ କୃପାରୁ ସମାନ ପଦବୀରେ ପୁନଃ ନିଯୁକ୍ତି (ଠିକା) ପାଇଥିଲେ।

ସେ ବସ୍‌ରେ ଏହି ଟଙ୍କା ଧରି ଆଜି ମଧ୍ୟ ପ୍ରାୟ ସାଢ଼େ ୧୨ଟା ବେଳେ ଭୁବନେଶ୍ୱର ଆସୁଥିଲେ। ଚନ୍ଦ୍ରଗିରି ନିକଟରେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ ଧରିଥିଲା। ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ। ତେବେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ତେଣୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। 

Advertisment

ରୋହିତ ପରିଡ଼ା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ତାଙ୍କରୁ ୩ରୁ ଅଧିକ ଠିକଣାରେ ଚଢ଼ାଉ କରିଛି। ରୋହିତଙ୍କ ଭୁବନେଶ୍ୱର, ପୁରୀ ଓ କେନ୍ଦୁଝର ଘରେ ରେଡ୍‌ କରିଛି ଭିଜିଲାନ୍ସ।

Vigilance Raid Crime Bribe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe