Advertisment

ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍

ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।

ଅଦ୍ୟତନ ହୋଇଛି
Scammer

Scammer

Advertisment

ସାଇବର ଲୁଟେରାଙ୍କ ଜାଲରେ ପଡ଼ି ଯାଇଛନ୍ତି ଆଉ ଜଣେ କୋଟିପତି। ଗୁଜରାଟ ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ଅନ୍ଧାରୀ ଅପରାଧୀ। ନିଜକୁ ପୁଲିସର ପରିଚୟ ଦେବା ସହ ଏନସିବି ଏବଂ କ୍ରାଇମ ବ୍ରାଞ୍ଚ ତଦନ୍ତର ଧମକ ଦେଇ କୋଟିଏ ଟଙ୍କା ଲୁଟି ନେଇଛନ୍ତି।

Advertisment

ଏନେଇ ବିଲ୍ଡର ଜଣକ ଅହମ୍ମଦାବାଦ ସାଇବର କ୍ରାଇମ ସେଲରେ ଅଭିଯୋଗ ଆଣିବା ପରେ ପୂରା ମାମଲା ସାମ୍ମାକୁ ଆସିଛି। ଲୁଟର ଶିକାର ହେବାର ପାଞ୍ଚ ମାସ ପରେ ବିଲ୍ଡର ଜଣକ ଏହି ଅଭିଯୋଗ ଆଣିଛନ୍ତି। 

ଅଭିଯୋଗ ଅନୁସାରେ, ଜୁଲାଇ ୩ରେ ବିଲ୍ଡର ଜଣକ ମୁମ୍ବାଇର ଅନ୍ଧେରୀ ଫେଡେକ୍ସ କୋରିଅର କମ୍ପାନୀକୁ ପ୍ରତିନିଧିତ୍ୱ କରିବା ପାଇଁ ଏକ କଲ ପାଇଥିଲେ। କଲ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ, ତାଙ୍କ ନାମରେ ଥିବା ଏକ ପାର୍ସଲରେ 550 ଗ୍ରାମ୍ ଏମଡି ଡ୍ରଗ୍ସ ମିଳିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛି।

Advertisment

ଏହା ପରେ ଏନସିବି ଅଧିକାରୀ କହି ଜଣେ ବ୍ୟକ୍ତିଙ୍କୁ କଲ୍ ଟ୍ରାନ୍ସଫର୍ କରାଯାଇଥିଲା। ସେ ବିଲ୍ଡରଙ୍କୁ ଏକ ଅନଲାଇନ୍ ଷ୍ଟେଟମେଣ୍ଟ ଦେବାକୁ କହିଥିଲେ। କେବଳ କଲ୍ ନୁହେଁ, ସ୍କାଇପ୍ ଜରିଆରେ ମଧ୍ୟ ଭିଡିଓ କଲ୍ କରାଯାଇଥିଲା। ଭିଡିଓ କଲରେ ଯେଉଁମାନେ ଥିଲେ, ସେମାନେ ଏକ ପୁଲିସ ଷ୍ଟେସନରେ ଥିବା ଭଳି ଦେଖିଥିଲେ ବିଲ୍ଡର ଜଣକ। ଫଳରେ ସେ ଏହି ଫେକ୍ କଲକୁ ସତ ବୋଲି ଭାବି ନେଇଥିଲେ।

ଏହାପରେ ନିଜକୁ ଇନ୍ସପେକ୍ଟର ପ୍ରଦୀପ ସାୱନ୍ତ କହୁଥିବା ଜଣେ ବ୍ୟକ୍ତି ତାଙ୍କ ସହ କଥା ହୋଇଥିଲେ। ସେ ବିଲ୍ଡରଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ଏକ କାରବାର କଥା କହି ତାଙ୍କ ନାଁରେ ଅଭିଯୋଗ ଥିବା କହିଥିଲେ। ଏପରିକି ନିକଟରେ ସେ କରିଥିବା ୫୦ କୋଟି ଟଙ୍କାର ଜମି ଚୁକ୍ତିର ବିସ୍ତୃତ ବିବରଣୀ ଦେଇଥିଲେ। ଫଳରେ ବିଲ୍ଡରଙ୍କୁ ସେମାନେ ସତ ଅଫିସର ଭଳି ଲାଗିଥିଲେ।

ଯେତେବେଳେ ବିଲ୍ଡର ଜଣକ ସେମାନଙ୍କ କଥାକୁ ବିଶ୍ୱାସ କରିବାକୁ ଲାଗିଲେ ସାଇବର ଲୁଟେରାମାନେ ତାଙ୍କୁ ଧମକ ପରେ ଧମକ ଦେଇଚାଲିଲେ। ଯଦି ୧.୦୫ କୋଟି ଟଙ୍କା ନ ଦିଅନ୍ତି ତେବେ ସିବିଆଇ, ଇଡି, ଏନସିବି ଏବଂ ମୁମ୍ବାଇ ସାଇବର କ୍ରାଇମ ସେଲ ସମେତ ଅନ୍ୟାନ୍ୟ ତଦନ୍ତ କରାଯିବ ବୋଲି କହିଥିଲେ। ଯଦି ଟଙ୍କା ଦିଅନ୍ତି ତେବେ ତାଙ୍କୁ ୧୦ ଦିନ ମଧ୍ୟରେ ଫେରାଇ ଦିଆଯିବା ସଙ୍ଗେ କୌଣସି ତଦନ୍ତ କରାଯିବ ନାହିଁ।

ଏହା ପରେ ବିଲ୍ଡର ଜଣକ ସେମାନଙ୍କ କହିବା ଅନୁସାରେ, ୧ କୋଟି ଟଙ୍କା ଦେଇଥିଲେ। କିନ୍ତୁ କିଛି ଦିନ ପରେ କୌଣସି ଟଙ୍କା ଫେରସ୍ତ ପାଇନଥିଲେ। ଏପରିକି ସେହି ନଂରେ ମଧ୍ୟ ଯୋଗାଯୋଗ କରିପାରି ନଥିଲି। ଫଳରେ ସେ ସାଇବର କ୍ରାଇମର ଶିକାର ହୋଇଥିବା ଜାଣିଥିଲେ। ଏନେଇ ସେ ଦୀର୍ଘ ପାଞ୍ଚ ମାସ ପରେ ଅହମ୍ମଦାବାଦ ସାଇବର କ୍ରାଇମ ସେଲରେ ଅଭିଯୋଗ ଦାଖଲ କରିଥିଲେ।

Cyber Crime Cyber Loot Digital Arrest Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe