Advertisment

AI ବିପଦ! ପୁଅ-ଝିଅଙ୍କ ନାଁ ନେଇ ଲୁଟୁଛନ୍ତି ଅପରାଧୀ

ପୁଅକୁ ଥାନାରେ ଅଟକ ରଖିଛୁ କହି ପ୍ରଫେସରଙ୍କଠାରୁ ଲୁଟି ନେଲେ ଏକ ଲକ୍ଷ ଟଙ୍କା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ବିପଦପୂର୍ଣ୍ଣ ଦିଗ ଉପରେ ତର୍କ-ବିତର୍କ ଚାଲିଥିବା ବେଳେ ଏକ ସାଙ୍ଘାତିକ ମାମଲା ସାମ୍ନାକୁ ଆସିଛି। ଏଆଇ ସହାୟତାରେ ଜଣେ ମହିଳା ପ୍ରଫେସରଙ୍କଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା, ତାହା ପୁଣି ପୁଲିସ କର୍ମଚାରୀ ପରିଚୟ ଦେଇ। ପୂରା ଘଟଣା କଣ ଥିଲା, ଜାଣନ୍ତୁ...

Advertisment

NMIMS କଲେଜର ୫୮ ବର୍ଷୀୟ ମହିଳା ପ୍ରଫେସର ଏସଏସ ସରକାର। ସେ କଲେଜରେ ଥିବାବେଳେ ତାଙ୍କ ପାଖକୁ ଏକ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି କହିଥିଲେ ଯେ, ସେ ମୁମ୍ବାଇ ପୁଲିସର ଇନସ୍ପେକ୍ଟର ବିଜୟକୁମାର। ତାଙ୍କ ପୁଅ ଥାନାରେ ଅଟକ ଅଛନ୍ତି, ଏକ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଜେଲରେ ପୂରାଇଦେବୁ।

ଏକଥା ଶୁଣି ପ୍ରଫେସର ସରକାର ଚାରିଟି ଟ୍ରାଞ୍ଜାକ୍ସନରେ ଏକ ଲକ୍ଷ ଟଙ୍କା ପଠାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପୁଅ କୌଣସି ଥାନାରେ ଅଟକ ନଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଲିସରେ ଅଭିଯୋଗ କରିବାରୁ ସାଇବର କ୍ରାଇମର ଶିକାର ହୋଇଥିବା ଜଣାପଡିଛି।

Advertisment

ପୁଲିସର କହିବା ଅନୁସାରେ, ଲୁଟେରାମାନେ ପ୍ରଫେସର ସରକାରଙ୍କୁ ଠକିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରିଥିଲେ। ସେମାନେ ଏଆଇ ସହାୟତାରେ ତାଙ୍କ ସୋଶାଲ ମିଡିଆରୁ ସମସ୍ତ ଡାଟା ଆଣିଥିଲେ। ତାଙ୍କ ଘର କେଉଁଠି, ପୁଅ କଣ କରନ୍ତି, ଏପରି ଅନେକ କିଛି। କିନ୍ତୁ ସେମାନେ ପ୍ରଫେସରଙ୍କ ପୁଅଙ୍କ ଭଏସ କ୍ଲୋନିଂ ବ୍ୟବହାର କରିନଥିଲେ। କେବଳ ବ୍ୟକ୍ତିଗତ ତଥ୍ୟ ଆଣି ଲୁଟିବାରେ ସଫଳ ହୋଇଥିବା ପୁଲିସ କହିଛି।

ଏହିପରି ଠକେଇ ବୃଦ୍ଧି ପାଉଥିବାରୁ ସାଇବର ବିଶେଷଜ୍ଞମାନେ ସଚେତନ କରାଇଛନ୍ତି। ତେଣୁ କୌଣସି ବ୍ୟକ୍ତିଙ୍କ ଫୋନ୍ କଲ୍ ଦ୍ୱାରା ପ୍ରଭାବିତ ନ ହୋଇ, ପ୍ରଥମେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନିଅନ୍ତୁ।  

Loot Cyber Crime Artificial Intelligence AI Harmful AI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe