ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି।
ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ ରହିଛି। କୌଣସି କାମରେ ସେ ବାଗୁରା ଗାଁକୁ ଯାଇଥିଲେ। ଏହି ସମୟରେ କିଛି ଦୃର୍ବୃତ୍ତ ତାଙ୍କୁ ପିଛା କରି ହତ୍ୟା କରିଥିବା ଜଣାପଡ଼ିଛି।
Also Read
ପ୍ରାଥମିକ ରିପୋର୍ଟ ଅନୁସାରେ, ପଦ୍ମନାଭନ ବାଗୁରା ଗାଁରୁ ବାଇକ୍ ଯୋଗେ ଫେରିବା ବେଳେ କାରରେ ଏକ ଗ୍ୟାଙ୍ଗ୍ ତାଙ୍କୁ ପିଛା କରିଥିଲା। ବାଗୁରା ଗାଁରୁ ପିଛା କରି ଆସିବା ପରେ କୁଦ୍ଦାଲୋର ନିକଟରେ ହତ୍ୟା କରିଥିଲେ।
ଖବର ଲେଖା ହେବା ସୁଦ୍ଧା ମାମଲାରେ କେହି ଗିରଫ ହୋଇନଥିଲେ। ପୁଲିସ ମୃତଦେବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ଟିମ୍ ଗଠନ କରି ତଦନ୍ତ କରୁଛି। ପଦ୍ମନାଭନଙ୍କ ବିରୁଦ୍ଧରେ ପୂର୍ବରୁ ହତ୍ୟା ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।
Crime
ନିରଞ୍ଜନଙ୍କ ଘରେ ଇଡି ରେଡ୍, ୧୦ ଘଣ୍ଟା ପରେ ବାହାରିଲେ
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି।
Crime
ବୈକୁଣ୍ଠ ଆଶ୍ରମ ବେଆଇନ ନିର୍ମାଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର
ଗଣ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଦିଆଯାଇଥିବା ଚିଠି ନକଲି ବୋଲି ଆଜି ସରକାରଙ୍କ ପକ୍ଷରୁ କୋର୍ଟରେ କୁହାଯାଇଥିଲା। ଏହାକୁ ସତ୍ୟପାଠ ଆକାରରେ ଦେବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ଜାନୁଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।
National
ଫର୍ମୁଲା ଇ ରେସ୍ ଦୁର୍ନୀତି: କେଟିଆରଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ
୩୦ ତାରିଖ ଯାଏଁ କେଟିଆରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ଦୁର୍ନୀତି ମାମଲାରେ ତଦନ୍ତ ଜାରି ରଖିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ।
Crime
ନିଷ୍ଠୁର ସାବତ ମାଆ; ୬ ବର୍ଷର ଝିଅକୁ ତଣ୍ଟିଚିପି ମାରିଦେଲା
ଉତ୍ତରପ୍ରଦେଶର ଅଭିଯୁକ୍ତ ମହିଳାକୁ ଗିରଫ କରିଛି କେରଳ ପୁଲିସ। ଝିଅର ତଣ୍ଟିଚିପି ହତ୍ୟା କରିଥିବା ସ୍ୱୀକାର କରିଛି ସାବତ ମାଆ।