Advertisment

ତାମିଲନାଡୁ AIADMK କର୍ମୀଙ୍କୁ ହତ୍ୟା

ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା।

Padmanabhan

Padmanabhan

Advertisment

ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି।

Advertisment

ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ ରହିଛି। କୌଣସି କାମରେ ସେ ବାଗୁରା ଗାଁକୁ ଯାଇଥିଲେ। ଏହି ସମୟରେ କିଛି ଦୃର୍ବୃତ୍ତ ତାଙ୍କୁ ପିଛା କରି ହତ୍ୟା କରିଥିବା ଜଣାପଡ଼ିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ପଦ୍ମନାଭନ ବାଗୁରା ଗାଁରୁ ବାଇକ୍ ଯୋଗେ ଫେରିବା ବେଳେ କାରରେ ଏକ ଗ୍ୟାଙ୍ଗ୍ ତାଙ୍କୁ ପିଛା କରିଥିଲା। ବାଗୁରା ଗାଁରୁ ପିଛା କରି ଆସିବା ପରେ କୁଦ୍ଦାଲୋର ନିକଟରେ ହତ୍ୟା କରିଥିଲେ।

Advertisment

ଖବର ଲେଖା ହେବା ସୁଦ୍ଧା ମାମଲାରେ କେହି ଗିରଫ ହୋଇନଥିଲେ। ପୁଲିସ ମୃତଦେବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଏକ ଟିମ୍ ଗଠନ କରି ତଦନ୍ତ କରୁଛି। ପଦ୍ମନାଭନଙ୍କ ବିରୁଦ୍ଧରେ ପୂର୍ବରୁ ହତ୍ୟା ମାମଲା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। 

Murder Crime AIADMK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe