Advertisment

ରହସ୍ୟରେ ବିମାନବନ୍ଦର ଅଧିକାରୀଙ୍କ ଆତ୍ମହତ୍ୟା, ଶେଷ ସମୟରେ ଲଗାଇଥିଲେ ମେକଅପ୍-ବିନ୍ଦି-ଲିପଷ୍ଟିକ୍

ଓଠରେ ଲିପଷ୍ଟିକ୍, କପାଳରେ ବିନ୍ଦି ଓ ମହିଳା ପୋଷାକ ପିନ୍ଧି ATC ଅଫିସରଙ୍କ ଆତ୍ମହତ୍ୟା।

Woman

Woman

Advertisment

ଓଠରେ ଲିପଷ୍ଟିକ୍, କପାଳରେ ବିନ୍ଦି, ଶରୀରରେ ମହିଳା ପୋଷାକ, ଏହା କେବେ ଜଣେ ପୁରୁଷର ଶେଷ ଇଚ୍ଛା ହୋଇପାରେ କି? ଏପରି ପ୍ରଶ୍ନ ମନକୁ ଆସିବାର କାରଣ ହେଉଛି ଜଣେ ବିମାନବନ୍ଦର ଅଧିକାରୀଙ୍କ ଆତ୍ମହତ୍ୟା। ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦରରେ ଏୟାରପୋର୍ଟ ଟ୍ରାଫିକ କଣ୍ଟ୍ରୋଲ (ATC) ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ଆଶିଷ ଚୌସାଲୀ ଏହିପରି ମହିଳା ବେଶ ଧାରଣ କରି ନିଜ ଜୀବନ ହାରି ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ୩୫ ବର୍ଷୀୟ ଆଶିଷ ପିଥୋରାଗଡର ବାସିନ୍ଦା। ସେ ବିମାନବନ୍ଦର କମ୍ପ୍ଲେକ୍ସରେ ଥିବା ସରକାରୀ ବାସଭବନରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ପାର୍ଟି କରିବା ପରେ ଶୋଇବାକୁ ନିଜ ରୁମକୁ ଯାଇଥିଲେ ଆଶିଷ। କିନ୍ତୁ ସକାଳେ କବାଟ ଖୋଲି ନଥିଲେ କି ବାହାରୁ ଡାକିଲେ ବି ଶୁଣିନଥିଲେ।

ଫଳରେ ସେଠାରେ ରହୁଥିବା ତାଙ୍କ ପୁତୁରା ତଥା ସାଙ୍ଗ ବାଧ୍ୟ ହୋଇ କବାଟ ଭାଙ୍ଗିଥିଲେ। ଏହାପରେ ଯାହା ଦେଖିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସିଲିଂର ଆଶିଷଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ବଡ଼ କଥା ହେଉଛି କି, ସେ ଶେଷ ସମୟରେ ଜଣେ ବିବାହିତ ମହିଳାଙ୍କ ପରି ବେଶ ଧାରଣ କରିଥିଲେ। ମେକଅପ୍ ନେବା ସହ ଲିପଷ୍ଟିକ୍, ବିନ୍ଦି ଲଗାଇଥିଲେ, ଏପରିକି ମହିଳାଙ୍କ ପୋଷାକ ମଧ୍ୟ ପିନ୍ଧିଥିଲେ, ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ଥିବାବେଳେ ଆଶିଷଙ୍କ ପରିଚିତ ଲୋକେ ତାଙ୍କ ମଧ୍ୟରେ ପୂର୍ବରୁ କେବେ ମହିଳାଙ୍କ ଗୁଣ ଦେଖିନଥିବା କହିଛନ୍ତି। ବାସ୍ତବରେ ଏହା ସେକ୍ସ ଡିଜଅର୍ଡର୍, ନା ଏହା ପଛରେ ଆଉ କିଛି କାରଣ ଅଛି ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। 

ଆଶିଷଙ୍କ ଶରୀରରେ କୌଣସି କ୍ଷତି ନଥିବା ବେଳେ ଶେଷ ସମୟରେ ଜଣେ ବିବାହିତା ମହିଳାଙ୍କ ବେଶ ହୋଇ କାହିଁକି ମୃତ୍ୟୁକୁ ଗ୍ରହଣ କଲେ ତାର ରହସ୍ୟ ଉନ୍ମୋଚନ କରିବାକୁ ଚେଷ୍ଟା କରୁଛି ପୁଲିସ। 

Crime ATC ATC Officer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe