Advertisment

ପୁଣି ପଞ୍ଜାବରେ ଫୁଟିଲା ଗୁଳି, ଟଳି ପଡ଼ିଲେ ରାଜନେତା

କିଛି ଦିନ ପୂର୍ବେ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଏକ ସମାନ ଘଟଣା ଘଟିଛି।

Firing

Firing

Advertisment

ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ପଞ୍ଜାବ । ବିଚ୍‌ ବଜାରରେ ଫୁଟୁଛି ଗୁଳି । ଆଉ ମୁଖ୍ୟତଃ ଗୁଳିମାଡ଼ର ଶିକାର ହେଉଛନ୍ତି ରାଜନେତା। କିଛି ଦିନ ପୂର୍ବେ ପଞ୍ଜାବରେ ଜଣେ କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଏବେ ପୁଣି ଏକ ସମାନ ଘଟଣା ଘଟିଛି। ଏଥର ଗୁଳି ମାଡ଼ର ଶିକାର ହୋଇଛନ୍ତି ଶିରୋମଣି ଅକାଳି ଦଳର ଜଣେ ନେତା।

Advertisment

ଏପରି ଏକ ଘଟଣା ପଞ୍ଜାବର ହୋଶିଆରପୁରରେ ଘଟିଛି। ଗୁଳିମାଡ଼ର ଶିକାର ହୋଇଛନ୍ତି ପୂର୍ବତନ ସରପଞ୍ଚ ସୁରଜିତ ସିଂ। ସୁରଜିତ ଗତକାଲି ନିଜ ଗାଁରେ ଏକ ତେଜରାତି ଦୋକାନ ସମ୍ମୁଖରେ ବସିଥିଲେ। ହଠାତ୍‌ ଦୁଇ ଯୁବକ ବାଇକ୍‌ରେ ସେଠାରେ ପହଞ୍ଚିଲା। ଏହାପରେ ସେମାନେ ସୁରଜିତ ସିଂଙ୍କ ଉପରକୁ ଗୁଳି ଚଳାଇଥିଲେ।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Advertisment

ଏହା ପୂର୍ବରୁ ଗତ ୧୮ ତାରିଖରେ ପଞ୍ଜାବର ମୋଗା ଜିଲ୍ଲାର କଂଗ୍ରେସ ନେତା ବଲଜିନ୍ଦର ସିଂଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ବଲଜିନ୍ଦର ସିଂ ଘରେ ନିଜ ହେୟାରକଟ କରୁଥିବା କିଛି ଲୋକ ଫୋନ୍‌ କରି ତାଙ୍କୁ ଘର ବାହାରକୁ ଡାକିଥିଲେ। ଉକ୍ତ ସମୟରେ ବାଇକ୍‌ରେ ଆସିଥିବା ଦୁଇ ଜଣ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Punjab Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe