ଗାଡ଼ିରେ କଳାକାଚ ଲାଗାଇଥିଲେ ଗଣିବେ ଜୋରିମାନା। କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି କଳାକାଚ ଯାଞ୍ଚ ଅଭିଯାନ। ଗତକାଲି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୁଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି କଳା କାଚ ଲାଗିଥିବା ଗାଡ଼ିକୁ ଅଟାକାଇ କଳାଜରି ବାହାର କରି ଦିଆଯାଇଥିଲା ଓ ଜୋରିମାନା ଆଦାୟ କରାଯାଇଥିଲା।
ଏହାସହ ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି। କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।
ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାବବାର କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁଲିସ କମିଶନର।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଚାରିଆଡେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଲାଣି। ନିର୍ବାଚନ ସମୟରେ କଳାକାଚ ଆଢ଼ୁଆଳରେ ଟଙ୍କା କାରବାର ସହ ଅନୈତିକ କାରବାର ଚାଲିବାର ସମ୍ଭାବନା ରହିଛି। ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ଛକରେ ପୁଲିସ କଳାକାଚ ଲାଗିଥିବା ଗାଡ଼ିକୁ ଅଟକାଇ ଜୋରିମାନା ଆଦାୟ କରିବା ସହ କଳାଜରି ବାହାର କରି ଦେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।