Advertisment

ଗାଡ଼ିରେ କଳା କାଚ ଲଗାଇଛନ୍ତି କି? ଗଣିବେ ଜୋରିମାନା

ଏହାସହ ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି।

ଅଦ୍ୟତନ ହୋଇଛି
police checking

Police checking

Advertisment

ଗାଡ଼ିରେ କଳାକାଚ ଲାଗାଇଥିଲେ ଗଣିବେ ଜୋରିମାନା। କମିଶନରେଟ ପୁଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି କଳାକାଚ ଯାଞ୍ଚ ଅଭିଯାନ। ଗତକାଲି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୁଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି କଳା କାଚ ଲାଗିଥିବା ଗାଡ଼ିକୁ ଅଟାକାଇ କଳାଜରି ବାହାର କରି ଦିଆଯାଇଥିଲା ଓ ଜୋରିମାନା ଆଦାୟ କରାଯାଇଥିଲା।

Advertisment

ଏହାସହ ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି। କୌଣସି ବ୍ୟକ୍ତି ଏହି ନିୟମ ନମାନିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାବବାର କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁଲିସ କମିଶନର।

Advertisment

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଚାରିଆଡେ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଲାଣି। ନିର୍ବାଚନ ସମୟରେ କଳାକାଚ ଆଢ଼ୁଆଳରେ ଟଙ୍କା କାରବାର ସହ ଅନୈତିକ କାରବାର ଚାଲିବାର ସମ୍ଭାବନା ରହିଛି। ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି। ବିଭିନ୍ନ ଛକରେ ପୁଲିସ କଳାକାଚ ଲାଗିଥିବା ଗାଡ଼ିକୁ ଅଟକାଇ ଜୋରିମାନା ଆଦାୟ କରିବା ସହ କଳାଜରି ବାହାର କରି ଦେଉଛି।

Bhubaneswar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe