Advertisment

ଧରାପଡ଼ିଥିବା ୩ ସନ୍ଦିଗ୍ଧ ଆତଙ୍କୀ ଇଞ୍ଜିନିୟର, ଜଣେ କରୁଥିଲା ପିଏଚ୍‌ଡି

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ବୋମା ତିଆରି ସାମଗ୍ରୀ, କେମିକାଲ ଓ ପାକିସ୍ତାନରୁ ଆସିଥିବା ଜିହାଦୀ ନଥିପତ୍ର ଜବତ କରାଯାଇଛି। ଏମାନେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ଦେଖିଥିଲେ ଓ ବୋମା ମଧ୍ୟ ବିସ୍ପୋରଣ ପାଇଁ ଟେଷ୍ଟ କରିଥିଲେ।

Terrorist

Terrorist

Advertisment

ଭାରତରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ନେଟୱର୍କର ପର୍ଦ୍ଦାଫାସ ହୋଇଛି। ଆଇଏସଆଇଏସ ଲିଙ୍କରେ ଥିବା ୩ ସନ୍ଦିଗ୍ଧ ଆତଙ୍କାବାଦୀଙ୍କୁ ପୁଲିସ ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଏମାନେ ସମସ୍ତେ ଇଞ୍ଜିନିୟର। ସେମାନଙ୍କ ମଧ୍ୟରୁ ଜଣେ ପିଏଚ୍‌ଡି ମଧ୍ୟ କରୁଥିଲା। ଏହି ସନ୍ଦିଗ୍ଧ ଆତଙ୍କବାଦୀମାନେ ବୋମା ତିଆରିରେ ମାଷ୍ଟର ବୋଲି ପୁଲିସ କହିଛି।

Advertisment

ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ଏଚଜିଏସ୍‌ ଧାଲିୱାଲ ଆଇଏସଆଇଏସ ଲିଙ୍କର ପର୍ଦ୍ଦାଫାସ କରି କହିଛନ୍ତି ଯେ ଧରା ପଡ଼ିଥିବା ୩ ସନ୍ଦିଗ୍ଧ ଆତଙ୍କୀ ମଧ୍ୟରେ ମହମ୍ମଦ ଶାହନୱାଜ ରହିଛି। ସେ ଏନଆଇଏର ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲା।

ଶାହନୱାଜ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଗତ ମାସରେ ଏନଆଇଏ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ବାକି ଦୁଇ ଜଣ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ଯୋଜନା କରୁଥିଲେ। 

Advertisment

ଶାହନୱାଜ ସହ ତା’ର ଦୁଇ ସହଯୋଗୀଙ୍କୁ ଆଜି ଗିରଫ କରାଯାଇଛି। ଜଣେ ହେଲା ମହମ୍ମଦ ରିଜୱାନ ଅଶରଫ ଓ ଆଉ ଜଣେ ହେଲା ମହମ୍ମଦ ଅରଶଦ ୱାରିସ। ଶାହନୱାଜକୁ ଦିଲ୍ଲୀର ଜୈତପୁରରୁ ଗିରଫ କରାଯାଇଥିବା ବେଳେ ରିଜୱାନ ଓ ଅଶରଫକୁ ଯଥାକ୍ରମେ ଲକ୍ଷ୍ନୌ ଓ ମୋରଦାବାଦରୁ ଧରା ଯାଇଛି।

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ବୋମା ତିଆରି ସାମଗ୍ରୀ, କେମିକାଲ ଓ ପାକିସ୍ତାନରୁ ଆସିଥିବା ଜିହାଦୀ ନଥିପତ୍ର ଜବତ କରାଯାଇଛି। ଏମାନେ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ଦେଖିଥିଲେ ଓ ବୋମା ମଧ୍ୟ ବିସ୍ପୋରଣ ପାଇଁ ଟେଷ୍ଟ କରିଥିଲେ।

ସେମାନେ ନିୟମିତ ଆଇଏସଆଇଏସ ହ୍ୟାଣ୍ଡେଲର ସହ ଯୋଗାଯୋଗ ଥିଲେ ଓ ରିପୋର୍ଟ ଦେଉଥିଲେ। ସେମାନଙ୍କୁ ସବୁ ପ୍ରକାରର ଜିନିଷ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରିବାକୁ କୁହାଯାଇଥିଲା। ଏହାଦ୍ୱାରା ତଥ୍ୟ ଲିକ ହେବାର ଆଶଙ୍କା କମ ରହିବ ବୋଲି ସେମାନେ ଆଶା କରିଥିଲେ।

ପୁଲିସ କହିଛି ଯେ ଶାହନୱାଜର ଘର ଝାରଖଣ୍ଡର ହଜାରିବାଗରେ। ସେ ଜଣେ ମାଇନିଂ ଇଞ୍ଜିନିୟର। ତା’ ପାଖରେ ଇଞ୍ଜିନିୟରିଂ ବିସ୍ଫୋରଣର ଜ୍ଞାନ ରହିଥିଲା। ସେ ଜଣେ ହିନ୍ଦୁ ଝିଅକୁ ବିବାହ କରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ତା’ର ଧର୍ମ ବଦଳାଇଥିଲା। ପୁଲିସ୍‌ ତା’କୁ ଧରିବା ପାଇଁ ପ୍ରୟାସ କରୁଛି।

ୱାରିସର ଘର ମଧ୍ୟ ଝାରଖଣ୍ଡରେ। ସେ ମେକାନିକାଲ ଇଞ୍ଜନିୟରିଂରେ ବିଟେକ କରିଥିଲା। ଆଲିଗଡ଼ ବିଶ୍ୱବିଦ୍ୟାଳୟରୁ ସେ ଡିଗ୍ରୀ ହାସଲ କରିବା ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆରେ ଡକ୍ଟରେଟ କରୁଥିଲା।

ରିଜୱାନ କମ୍ପ୍ୟୁଟର ସାଇନ୍ସରେ ବି-ଟେକ କରିଛି। ଉତ୍ତର ପ୍ରଦେଶର ଆଜମଗଡ଼ର ମୂଳବାସିନ୍ଦା ରିଜୱାନ ଜଣେ ମୌଲବୀ ଭାବେ ମଧ୍ୟ ତାଲିମ ନେଇଛି। ବିଶିଷ୍ଟ ବ୍ୟକ୍ତି ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରି ବ୍ୟାପକ କ୍ଷୟକ୍ଷତି କରିବା ଏମାନଙ୍କର ଟାର୍ଗେଟ ଥିଲା।

Uttar Pradesh Delhi Terrorist NIA Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe