Advertisment

ଚୋରି କରି ଫେରାର ହେଉଥିବା ବେଳେ ଘଟିଲା ଦୁର୍ଘଟଣା, ଧରାପଡ଼ିଲେ ସମସ୍ତ ଚୋର

ଚୋରି ମାମଲାରେ କଣ୍ଟାବାଞ୍ଜି ପୁଲିସ୍‌ ଟିମ୍ ଗଠନ କରି ତଦନ୍ତ କରୁଥିବା ବେଳେ ଖବର ପାଇଥିଲା ଯେ ବେଲପଡ଼ା ଥାନା ମଧ୍ୟପୁର-କେନକବା ରାସ୍ତାରେ ଏକ ପିକ୍‌ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

author-image
Jitendra Garnayak
Seized articles

Seized articles

ଏକ ଗୋଦାମରୁ ୨ଟି ପିକ୍‌ଅପ୍ ଭ୍ୟାନ୍‌, ଗୋଟିଏ ବାଇକ୍ ସହ ଲକ୍ଷାଧିକ ଟଙ୍କାର ଅନ୍ୟାନ୍ୟ ଜିନିଷ ଚୋରି କରି ଫେରାର ହୋଇଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଆଉ ଏହି ଦୁର୍ଘଟଣା ଯୋଗୁ ପୁଲିସ ହାତରେ ଧରା ପଡ଼ିଥିଲେ ସମସ୍ତ ଚୋର। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ।

Advertisment

ଏହି ଥାନା ଅନ୍ତର୍ଗତ ଗୋକୁଳ ଧାମ ନିକଟରେ ଥିବା ଲକ୍ଷ୍ମୀ ଶପ୍ ଗୋଦାମରୁ ଗତ ୨୧ ତାରିଖ ରାତିରେ ୨ଟି ପିକ୍‌ଅପ୍ ଭ୍ୟାନ୍‌, ଗୋଟିଏ ବାଇକ୍‌ ସହିତ ପ୍ରିଣ୍ଟର, ଟିଭି, ଟଙ୍କା ଗଣା ମେସିନ୍ ଓ ଏକ ରୁପାର ହନୁମାନ ମୂର୍ତ୍ତି ଚୋରି କରିଥିଲେ ୪ ଜଣ ଚୋର। ଏନେଇ ଉକ୍ତ ଲକ୍ଷ୍ମୀ ଶପ୍‌ର ମାଲିକ ଅଶୋକ ଅଗ୍ରୱାଲ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଚୋରି ମାମଲାରେ କଣ୍ଟାବାଞ୍ଜି ପୁଲିସ୍‌ ଟିମ୍ ଗଠନ କରି ତଦନ୍ତ କରୁଥିବା ବେଳେ ଖବର ପାଇଥିଲା ଯେ ବେଲପଡ଼ା ଥାନା ମଧ୍ୟପୁର-କେନକବା ରାସ୍ତାରେ ଏକ ପିକ୍‌ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କଣ୍ଟାବାଞ୍ଜି ପୁଲିସ୍ ଉକ୍ତ ଦୁର୍ଘଟଣାକୁ ଚୋରି ଘଟଣା ସହିତ ଲିଙ୍କ୍ କରି ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା।

Advertisment
Accusedଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ

ଚୋରମାନେ ଏସବୁ ଜିନିଷ ଚୋରି କରି ଦ୍ରୁତ ଗତିରେ ଫେରାର ହୋଇଯାଉଥିବା ବେଳେ ଦୁଇଟି ପିକ୍‌ଅପ୍‌ ଗାଡ଼ି ମଧ୍ୟରୁ ଗୋଟିଏ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଏଥିରେ ଜଣେ ଚୋର ଆହତ ମଧ୍ୟ ହୋଇଥିଲେ। ତାଙ୍କୁ ପୁଲିସ୍ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଇଥିଲା।

ଗିରଫ ହୋଇଥିବା ଚୋରମାନେ ହେଉଛନ୍ତି, କଣ୍ଟାବାଞ୍ଜି ଥାନା ଚଟୁଅନଖା ଗାଁ କଲୋନୀ ପଡ଼ାର ଆରିଫ ଖାନ ଓ ବବୁଲୁ ପୁଟେଲ, ଡଙ୍ଗାମରା ଗାଁର ରୂପଧର ବାଗ ଓ ପାଟଣାଗଡ଼ ଥାନା ବାଲିଆଭଟା ଗାଁର ନୀଳମଣି ବରିହା। ସେମାନଙ୍କ ଠାରୁ ୨ଟି ପିକ୍‌ଅପ୍ ଭ୍ୟାନ, ଗୋଟିଏ ବାଇକ୍ ଓ ଗୋଦାମରୁ ଚୋରି ହୋଇଥିବା ଅନ୍ୟ ସମସ୍ତ ସାମଗ୍ରୀ ଜବତ କରାଯାଇଛି।

ଅଭିଯୁକ୍ତମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ କହିଛନ୍ତି।

କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ

Loot Police