Advertisment

କବାଡ଼ିଆ ଓ ଅପରାଧ ଦୁନିଆ: ବାବା ସିଦ୍ଦିକିଙ୍କ ହତ୍ୟା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣନ୍ତୁ

ପୁଲିସ୍‌ ହାତରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମୈଲ ବଜଲଜିତ ସିଂହ ଧରା ପଡ଼ିଥିବା ବେଳେ ଶିବକୁମାର ଓରଫ ଶିବ ଗୌତମ ଫେରାର ରହିଛି।

UP

UP

Advertisment

ଏନସିପି ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରିବା ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣଙ୍କୁ ଚିହ୍ନଟ କରିଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

ପୁଲିସ୍‌ ହାତରେ ଧର୍ମରାଜ ରାଜେଶ କଶ୍ୟପ ଓ ଗୁରୁମୈଲ ବଜଲଜିତ ସିଂହ ଧରା ପଡ଼ିଥିବା ବେଳେ ଶିବକୁମାର ଓରଫ ଶିବ ଗୌତମ ଫେରାର ରହିଛି। ସେହିପରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ମହମ୍ମଦ ଜସିନ ଅଖତରଙ୍କୁ ମଧ୍ୟ ପୁଲିସ୍‌ ୪ର୍ଥ ଅଭିଯୁକ୍ତ ଭାବେ ଚିହ୍ନଟ କରିଛି।

ଅଭିଯୁକ୍ତଙ୍କ ସମ୍ପର୍କରେ ଏଯାଏ କ’ଣ ସବୁ ଜଣାପଡ଼ିଛି

ଶନିବାର ସନ୍ଧ୍ୟାରେ ଧର୍ମରାଜ, ଶିବ ଓ ଗୁରୁମୈଲ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜୀଶାନ ସିଦ୍ଦିକିଙ୍କ ବାନ୍ଦ୍ର ସ୍ଥିତି ଅଫିସ ନିକଟରେ ପହଞ୍ଚିଥିଲେ। ଅଫିସ ନିକଟରେ ବାବା ସିଦ୍ଦିକି ବାଣ ଫୁଟାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।

Advertisment

ମୁମ୍ବାଇ ପୁଲିସ୍‌ର କହିବା କଥା ଯେ ଅଭିଯୁକ୍ତମାନେ ଧୂଆଁ ବାହାରୁଥିବା ସ୍ପ୍ରେ ନିଜ ସହ ଆଣିଥିଲେ। ଏହାକୁ ସେମାନେ ବାବା ସିଦ୍ଦିକିଙ୍କ ଉପରେ ବ୍ୟବହାର କରିଥାଆନ୍ତେ। କିନ୍ତୁ ଏସବୁ ପୂର୍ବରୁ ଶିବ କୁମାର ସିଧା ଗୁଳିମାଡ଼ ଆରମ୍ଭ କରିଦେଥିଲା। ବାବା ସିଦ୍ଦିକିଙ୍କ ସୁରକ୍ଷାକର୍ମୀମାନେ ଧର୍ମରାଜ ଓ ଗୁରମୈଲକୁ ଧରିବାକୁ ସକ୍ଷମ ହୋଇଥିଲେ। କିନ୍ତୁ ଶିବ କୁମାର ଖସି ଯିବାକୁ ସକ୍ଷମ ହୋଇଥିଲା।

ଧର୍ମରାଜ ଓ ଶିବ କୁମାରଙ୍କ ଘର ଉତ୍ତର ପ୍ରଦେଶରେ। ହରିୟାଣାରେ ହେଉଛି ଗୁରମୈଲର ଘର। ମହମ୍ମଦ ଜସିନ ଅଖତର ହେଉଛି ପଞ୍ଜାବର ଜଲନ୍ଧରର ବାସିନ୍ଦା।

ଗୁରମୈଲର ଅପରାଧିକ ରେକର୍ଡ ରହିଛି। ୨୦୧୯ରେ ସେ ଗୋଟିଏ ହତ୍ୟା ମାମଲାରେ ଗିରଫ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଜାମିନରେ ଖଲାସ ହୋଇଥିଲା। ପରିବାର ଲୋକଙ୍କ କହିବା କଥା ଯେ ୧୧ ବର୍ଷ ତଳୁ ଗୁରମୈଲ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତା’ର ବାପା ମା’ ମରି ସାରିଛନ୍ତି।

ଗୁରମୈଲର ଜେଜେ ମା’ କହିଛନ୍ତି, “୩ ମାସ ତଳେ ସେ ଜେଲରୁ ଆସିଥିଲା। ହେଲେ ଘରେ ରହୁ ନଥିଲା। ସେ ଯେତେବେଳେ ଘରକୁ ଆସିଥିଲା, ମାତ୍ର କିଛି ମିନିଟ ପାଇଁ ରହିଥିଲା। ମୁଁ କୌଣସି କାମରେ ବାହରକୁ ଯାଇଥିଲି। ମୁଁ ଫେରିଲା ବେଳକୁ ଗୁରମୈଲ ଆଉ ଘରେ ନଥିଲା। ଘରୁ ଯିବା ଦିନ ଠାରୁ ସେ ଆମ ସହ କୌଣସି ସମ୍ପର୍କ ରଖି ନଥିଲା।”

ଉତ୍ତର ପ୍ରଦେଶର ଶିବ କୁମାର ଓ ଧର୍ମରାଜର କୌଣସି ଅପରାଧିକ ରେକର୍ଡ ନାହିଁ। ଶିବ କୁମାରର ମା’ଙ୍କ କହିବା କଥା ଯେ ପୁଅ ପୁଣେରେ ଗୋଟିଏ କବାଡ଼ି ଦୋକାନରେ କାମ କରିବାକୁ ଯାଉଥିଲେ। ଶେଷଥର ପାଇଁ ସେ ହୋଲିରେ ଘରକୁ ଆସିଥିଲା।

କୈସେରଗଞ୍ଜ ସର୍କଲ ଅଫିସର ଅନୀଲ କୁମାର କହିଛନ୍ତି, ଶିବ କୁମାର ମହାରାଷ୍ଟ୍ରକୁ କାମ କରିବାକୁ ଯାଇଥିଲା। ଶ୍ରମିକ ଭାବେ ସେଠାରେ କାମ କରିବା ସହ ଧର୍ମରାଜକୁ ତା’ ପାଖକୁ ଡାକିଥିଲା।

ଧର୍ମରାଜର ମା’ କହିଛନ୍ତି, “ପୁଅ ମୁମ୍ବାଇରେ କ’ଣ କରିଛି ମୁଁ ଜାଣିନି। ସେ ହୋଲି ପାଇଁ ଆସିଥିଲା। କିନ୍ତୁ ଏହାପରେ ଆଉ ଘରକୁ ଆସିନି। ସେ ମୋ ସହ ଫୋନରେ ମଧ୍ୟ କଥା ହେଉ ନଥିଲା। ତେଣୁ ଘଟଣା ସମ୍ପର୍କରେ ମୁଁ କିଛି କହିପାରିବି ନାହିଁ।”

ଏହି ୩ ଆକ୍ରମଣକାରୀଙ୍କ ବ୍ୟତୀତ ପୁଲିସ୍‌ ଘଟଣାରେ ସହାୟତା କରିଥିବା ମହମ୍ମଦ ଜାସିନ ଅଖତରକୁ ମଧ୍ୟ ଖୋଜୁଛି। ଅଖତରର ଘର ଜଲନ୍ଧରରେ। ସେ ଏକଦା ପଟିଆଲା ଜେଲରେ ଥିଲା। ତା’ ନାଁରେ ୭ଟି ମାମଲା ରହିଛି ଓ ଜୁନ ୭ରେ ହିଁ ସେ ଜାମିନରେ ମୁକୁଳିଥିଲା।

ଜେଲରେ ରହିବା ବେଳେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଂସ୍ପର୍ଶରେ ଆସିଥିଲା। ଏହି ସମୟରେ ତାକୁ ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ କଣ୍ଟ୍ରାକ୍ଟ ମିଳିଥିଲା। ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି।

Baba Siddique Baba Siddique Dead Baba Siddiqui
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe