ଧରାପଡ଼ିଥିବା ଅପରାଧୀ
ପ୍ରଥମଥର ପାଇଁ ଏନକାଉଣ୍ଟରରେ ସାମିଲ ହୋଇଛନ୍ତି ମହିଳା ପୁଲିସ୍ ଟିମ। ଉତ୍ତର ପ୍ରଦେଶର ଗାଜିଆବାଦରେ ମହିଳା ପୁଲିସ୍ କର୍ମଚାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ କରିଛି ନିଜର ପ୍ରଥମ ଏନକାଉଣ୍ଟର। ମହିଳା ପୁଲିସ୍ ଟିମ ନିଜର ପରାକ୍ରମ ଦେଖାଇ ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀକୁ ଜଖମ କରିଛନ୍ତି। ଏଥିସହ ତା’କୁ ବାକୁ କରିବାରେ ସକ୍ଷମ ହୋଇଛନ୍ତି।
ସୋମବାର ବିଳମ୍ବିତ ରାତିରେ ହୋଇଥିଲା ଏନକାଉଣ୍ଟର। ଗୋଟିଏ ଚେକ ପଏଣ୍ଟରେ ପେଶାଦାର ଅପରାଧୀ ୨୨ ବର୍ଷୀୟ ଜିତେନ୍ଦ୍ରକୁ ପୁଲିସ୍ ଅଟକିବାକୁ କହିଥିଲା। କିନ୍ତୁ ବାଇକରେ ଥିବା ଜିତେନ୍ଦ୍ର ପୁଲିସ୍କୁ ମାତ ଦେଇ ଦ୍ରୁତଗତିରେ ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ କିଛି ବାଟ ଯିବା ପରେ ସେ ନିୟନ୍ତ୍ରଣ ହରାଇ ରାସ୍ତାରେ ଛେଚି ହୋଇପଡ଼ିଥିଲା। ତଥାପି ସେ ଦୌଡ଼ି ଚାଲି ଯିବାକୁ ଚେଷ୍ଟା କରିବାରୁ ପୁଲିସ୍ ପକ୍ଷରୁ ତା’କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା।
ହେଲେ ସେ ନିଜ ପାଖରେ ରଖିଥିବା ଦେଶୀ ବନ୍ଧୁକରୁ ମହିଳା ପୁଲିସ୍ ଟିମ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବ ମଧ୍ୟ ମହିଳା ପୁଲିସ୍ ଟିମ ଦେଇଥିଲା। ଏହି ଗୁଳି ବିନିମୟ ସମୟରେ ଜିତେନ୍ଦ୍ର ଆହତ ହୋଇଥିଲା। ତାକୁ ଏନକାଉଣ୍ଟର କରି ପୁଲିସ୍ ଗିରଫ କରିଥିବା ବରିଷ୍ଠ ପୁଲିସ୍ ଅଧିକାରୀ ଉପାସନା ପାଣ୍ଡେ ସୂଚନା ଦେଇଛନ୍ତି।
ଜେରା ବେଳେ ଜିତେନ୍ଦ୍ର ଦିଲ୍ଲୀ-ଏନସିଆରରୁ ଏକାଧିକ ବାଇକ ଓ ସ୍କୁଟି ଚୋରି କରିଥିବା ସ୍ୱୀକାର କରିଛି। ସେହିପରି ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଲୋକଙ୍କ ଠାରୁ ଝାମ୍ପି ନେବା କାମରେ ଲିପ୍ତ ଥିବା ମଧ୍ୟ ସେ ପୁଲିସକୁ ଜଣାଇଛି।
ପୁଲିସ୍ ତା’ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଫୋନ ଓ ଗୋଟିଏ ଟାବଲେଟକୁ ଜବତ କରିଛି। ଜବତ ଫୋନ ଓ ଟାବଲେଟକୁ ସେ ରବିବାର ଚୋରି କରିଥିବା ପୁଲିସ୍କୁ ଜଣାଇଛି। ସେହିପରି ସେ ଯେଉଁ ବାଇକରେ ଖସି ଯିବାକୁ ଚେଷ୍ଟା କରୁଥିଲା, ତା’କୁ ଗତବର୍ଷ ଦିଲ୍ଲୀରୁ ଚୋରି କରିଥିଲା। ପୁଲିସ୍ ତା’କୁ ଗିରଫ କରିବା ପରେତା’ର ଅପରାଧିକ ରେକର୍ଡର ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/23/encounter-2025-09-23-16-22-01.jpg)