Advertisment

ବାଇକରେ ବସିଥିବା ବେଳେ ପଛରୁ ଆସି ହାଣି ଦେଲେ

ଆଜି ଅପରାହ୍ନ ସମୟରେ କାବଲପୁର ଗାଁର ଦୀନବନ୍ଧୁ ମାଝି ବାଇକରେ ଆସି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ସେଇ ସମୟରେ ତପନ ସାମଲ ପଛ ପଟୁ ଆସି କୁରାଢ଼ିରେ ଚୋଟ ପକାଇଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ଗାଁ ଦାଣ୍ଡରେ କୁରାଢ଼ିରେ ହାଣି ହତ୍ୟା ଅଭିଯୋଗ। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କାବଲପୁର ଗାଁରେ। ମୃତକଙ୍କ ନାଁ ଦୀନବନ୍ଧୁ ମାଝି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Advertisment

ଆଜି ଅପରାହ୍ନରେ କାବଲପୁର ଗାଁର ଦୀନବନ୍ଧୁ ମାଝି ବାଇକରେ ଆସି ଗାଁ ଦାଣ୍ଡରେ ଛିଡ଼ା ହୋଇଥିଲେ। ସେଇ ସମୟରେ ତପନ ସାମଲ ପଛ ପଟୁ ଆସି ତାଙ୍କ ଉପରେ କୁରାଢ଼ିରେ ଚୋଟ ପକାଇଥିଲେ। ଗାଁ ଲୋକେ ଦୀନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ କୁଜଙ୍ଗ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଦୀନବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ।

ଆକ୍ରମଣକାରୀ ତପନଙ୍କୁ ଉପସ୍ଥିତ ଲୋକେ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଖବର ପାଇ ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ କୁଜଙ୍ଗ ଡାକ୍ତରଖାନାରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀ ପ୍ରତି କଠୋର ଦଣ୍ଡ ବିଧାନ ହେବ ବୋଲି କହିଥିଲେ। 

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe