Advertisment

ଅସହାୟ ମା’ର କୋହ; ପୂର୍ବ ଶତ୍ରୁତାରୁ ମୋ’ ଝିଅକୁ ଜଙ୍ଗଲକୁ ଟେକି ନେଲେ

ଛାତିର କୋହକୁ ଚାପି ନିଜ ଝିଅ ଉପରେ ବିତିଥିବା ନିର୍ଯାତନାର କାହାଣୀ ଏପରି ବଖାଣିଛନ୍ତି ଜଣେ ମହିଳା।

Lady

Lady

Advertisment

ପୂର୍ବ ଶତ୍ରୁତାର ରାଗ ମୋ’ ଝିଅ ଉପରେ ଶୁଝାଇଲେ। ମୋ’ ଝିଅକୁ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କଲେ। ଏପରିକି ଜଙ୍ଗଲରୁ ମୋ’ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ମେଡିକାଲରେ ୪ ଦିନ ଚିକିତ୍ସିତ ହେଲା। ପୁଲିସ୍‌ ଏହି ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରୁ ନ ଥିବା ବେଳେ ଆମେ ଭୟଭୀତ ହୋଇ ରହୁଛୁ।’ ଛାତିର କୋହକୁ ଚାପି ନିଜ ଝିଅ ଉପରେ ବିତିଥିବା ନିର୍ଯାତନାର କାହାଣୀ ଏପରି ବଖାଣିଛନ୍ତି ଜଣେ ମହିଳା। ଏପରି ଏକ ଅଭାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳରେ ଘଟିଛି। ପୀଡ଼ିତାଜଣକ ୧୧ ବର୍ଷୀୟା ନାବାଳିକା ବୋଲି ଜଣାଯାଇଛି।

Advertisment

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୭ ତାରିଖରେ ଗାଁର ୨ ଯୁବକ ମୋ’ ଝିଅକୁ ଗାଳିଗୁଲଜ କରିଥିଲେ। ଏହାପରେ ଝିଅ ପୁନଃ ୧୯ ତାରିଖରେ ସ୍କୁଲ ଯାଉଥିବା ବେଳେ ତାକୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମୋ’ ଝିଅ ପ୍ରତିବାଦ କରିବାରୁ ସେମାନେ ତା’ ନାକ ଚିପିଦେଲେ। ଏହାପରେ ଅଚେତ ହୋଇ ପଡ଼ିବାରୁ ସେମାନେ ତାକୁ ଛାଡ଼ି ପଳାଇଥିଲେ।

ବହୁ ସମୟ ପରେ ନିକଟସ୍ଥ ଲୋକେ ଝିଅକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ସହ ଆମକୁ ଖବର ଦେଇଥିଲେ। ଝିଅ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଝିଅ ୪ ଦିନ କାଳ ଚିକିତ୍ସିତ ହୋଇ ଘରକୁ ଫେରିଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି।

Advertisment

ଏନେଇ ଥାନାରେ ଅଭିଯୋଗ କଲେ ପୁଲିସ୍‌ ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଅପରପକ୍ଷ ବି ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଆମ ଘରେ ପଶି ଜିନିଷପତ୍ର ଫୋପାଡ଼ୁଛି । ମାତ୍ର ଆମ ଅଭିଯୋଗ ଭିତ୍ତିରେ ସେମାନଙ୍କୁ ପଚରାଉଚରା କରୁ ନ ଥିବା ମହିଳାଜଣକ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ତେବେ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ଉଭୟ ପକ୍ଷଙ୍କୁ ପଚରାଉଚରା ଚାଲିଛି। ଯିଏ ଅଭିଯୁକ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓଡ଼ଗାଁ ଥାନା ଆଇଆଇସି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ବାପା ନିଜ ଗାଁ ସଭାପତି ଥିବା ବେଳେ କିଛି ଦିନ ତଳେ ତାଙ୍କୁ ଉକ୍ତ ପଦରୁ ବାହାର କରି ଦିଆଯାଇଛି। ଏହାକୁ ନେଇ ତାଙ୍କର ଗାଁର କିଛି ବ୍ୟକ୍ତିଙ୍କ ସହ ବିବାଦ ଲାଗି ରହିଛି। ଏହାର ପ୍ରତିଶୋଧ ନେବାକୁ ଯାଇ ଝିଅକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି। 

Nayagarh Rape Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe