Advertisment

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍ମର୍ମ ଅଭିଯୋଗ

ଦୁଷ୍କର୍ମ କରିବା ପରେ ଏସମ୍ପର୍କରେ କାହାକୁ ନକହିବାକୁ ଛାତ୍ରୀ ଜଣଙ୍କୁ ଧମକ ଦେଇଥିଲେ ହରେକୃଷ୍ଣ ମହାନ୍ତ। ତେବେ ଛାତ୍ରୀଜଣଙ୍କ ଟିଉସନରୁ ଫେରିବା ପରେ ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ଏହାପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

author-image
Biswajit Samal
Police Station

Police Station

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କୁସୁମୀ ବ୍ଲକର ଉପରବେଡ଼ା ଗିରି ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ମହାନ୍ତଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ। ସେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଏହି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ହରେକୃଷ୍ଣ ମହାନ୍ତ ଦୀର୍ଘ ଦିନରୁ ଟିଉସନ କରୁଥିଲେ। ଗତକାଲି ଅପରାହ୍ନ ୩ଟା ବେଳେ ସେ ଛାତ୍ରୀଜଣଙ୍କୁ ପଢାଉ ଥିବା ସମୟରେ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଦୁଷ୍କର୍ମ କରିବା ପରେ ଏସମ୍ପର୍କରେ କାହାକୁ ନକହିବାକୁ ଛାତ୍ରୀ ଜଣଙ୍କୁ ଧମକ ଦେଇଥିଲେ ହରେକୃଷ୍ଣ ମହାନ୍ତ। ତେବେ ଛାତ୍ରୀଜଣଙ୍କ ଟିଉସନରୁ ଫେରିବା ପରେ ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ଏହାପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଆଜି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ରାଇରଙ୍ଗପୁର ଏସଡିପିଓ ଗୋକୁଳା ନନ୍ଦ ସାହୁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛନ୍ତି।

Girl