Advertisment

ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ଅଧିକାରୀଙ୍କୁ ଗାଳିଗୁଲଜ ସହ ଠେଲାପେଲା କଲେ

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତନଚନ୍ଦ୍ର ପାତ୍ର ଗତ ରାତିରେ ବ୍ଲକର ମୁଖ୍ୟ ଗେଟ ସମ୍ମୁଖରେ ନିଜ କାର୍‌ ରଖି ଅଫିସ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଥିଲା।

author-image
Niharika Rout
Accused

Accused

ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଦେଖାଇଲେ ଦବଙ୍ଗଗିରି। ବ୍ଲକ କାର୍ଯ୍ୟାଳୟରେ ପଶି ଗୁଣ୍ଡାଗର୍ଦ୍ଦି କରିବା ସହ ଅଧିକାରୀଙ୍କୁ ଠେଲାପେଲା ଓ ଗାଳିଗୁଲଜ କରିବାକୁ ବି ପଛାଇଲେ ନାହିଁ। ଏଥିରେ ଅତିଷ୍ଠ ବ୍ଲକ କର୍ମଚାରୀ ଥାନାକୁ ଅଭିଯୋଗ କରିବାକୁ ବାହାରିଥିବା ବେଳେ କାର୍ଯ୍ୟାଳୟ ଗେଟ୍‌ ସମ୍ମୁଖରେ କାର୍‌ ରଖି ରାସ୍ତା ଓଗାଳିଲେ। ଏପରି ଏକ ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାର୍ଯ୍ୟାଳୟରେ ଘଟିଛି।

Advertisment

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତନଚନ୍ଦ୍ର ପାତ୍ର ଗତ ରାତିରେ ବ୍ଲକର ମୁଖ୍ୟ ଗେଟ ସମ୍ମୁଖରେ ନିଜ କାର୍‌ ରଖି ଅଫିସ ରାସ୍ତା ଅବରୋଧ କରିଥିବା ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୋଗକୁ ମିଛ ବୋଲି କହି ଖଣ୍ଡନ କରିଛନ୍ତି ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ। କାର୍‌ରେ ହଠାତ୍‌ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସେଠାରେ ଅଟକି ଯାଇଥିବା ସେ କହିଥିଲେ। ତେବେ ତାହା ତାଙ୍କ ଗାଡ଼ି ନୁହେଁ, ସେ ଅନ୍ୟ ଗାଡ଼ିରେ ଆସିଥିବା କହିଛନ୍ତି।

ଏହି ଘଟଣା ବାରକୋଟ ବିଡିଓ ସ୍ମୃତିରଞ୍ଜନ କହିଛନ୍ତି , ଗତକାଲି ଭିଡିଓ କନଫରେନ୍ସିଂରେ ବୈଠକ ଚାଲିଥିଲା। ସେଠାରୁ ଅଧିକାରୀମାନେ ବାହାରିବା ସମୟରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ସେଠାରେ ପହଞ୍ଚି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ କରିଛି।

Advertisment

ଏନେଇ କର୍ମଚାରୀ ଥାନାକୁ ଅଭିଯୋଗ ପାଇଁ ବାହାରିଥିବା ବେଳେ ସେ ଜାଣିଶୁଣି ଗେଟ୍‌ ସମ୍ମୁଖରେ ଗାଡ଼ି ରଖି ଦେଇଥିଲେ ବୋଲି କହିଛନ୍ତି ବିଡିଓ। ଫଳରେ କର୍ମଚାରୀ ଥାନାକୁ ଯାଇ ପାରି ନ ଥିବା ସେ କହିଛନ୍ତି । ଏହି ଘଟଣା ଯୋଗ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ଦୁଶ୍ଚିନ୍ତାରେ ରହୁଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିବା ବେଳେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

Misbehaviour Alligation