Advertisment

ଖାକିରେ ଦାଗ: ରାଉରକେଲା ଓ କଟକରୁ ଆସିଛି ଅଭିଯୋଗ

ଥାନା ଅଧିକାରୀଙ୍କ ବିରୋଧରେ ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଆଣିଛନ୍ତି ଅସଦାଚରଣ ଅଭିଯୋଗ।

Police Station

Police Station

Advertisment

ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ନିର୍ଯାତନା ଦେଇଥିବା ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବା ବେଳେ ରାଉରକେଲା ଓ କଟକରୁ ୨ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ଆସିଛି ଅସଦାଚରଣ ଓ ଦୁର୍ବ୍ୟବହାର ଅଭିଯୋଗ।

Advertisment

ବନ୍ଧମୁଣ୍ଡା ଥାନା ଅଧିକାରୀ ଅଶୋକ ଦାସଙ୍କ ନାଁରେ ଆସିଛି ଅସଦାଚରଣ ଅଭିଯୋଗ। ପୁଣି ଆଉ କେହି ନୁହନ୍ତି, ତାଙ୍କ ଥାନାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ତାଙ୍କ ବିରୋଧରେ ଆଣିଛନ୍ତି ଏହି ଅଭିଯୋଗ। ସଂପୃକ୍ତ ଥାନା ଅଧିକାରୀଙ୍କୁ ରାଉରକେଲା ଏସ୍‌ପି ଅଫିସକୁ ବଦଳି କରି ଦିଆଯାଇଛି। ଏହା ସହିତ ଜଣେ ମହିଳା ଡିଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ରାଉରକେଲା ଏସ୍‌ପି ତଦନ୍ତ ଉପରେ ନଜର ରଖିଛନ୍ତି। ଗତ ୫ ଦିନ ମଧ୍ୟରେ ରାଉରକେଲା ସହରରୁ ଦୁଇଟି ନାବାଳିକା ଗଣଦୁଷ୍କର୍ମ ମାମଲା ଆସିଥିବା ବେଳେ ସହରର ଜଣେ ପୁଲିସ ଅଫିସର ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଅସଦାଚରଣ କରିବା ନେଇ ହୋଇଥିବା ଅଭିଯୋଗ ଘଟଣା ସମସ୍ତଙ୍କୁ ଚକିତ କରିଛି।

ସେହିଭଳି କଟକ ସଦର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସଦର ଥାନାର କାର୍ଯ୍ୟରତ OAPF କର୍ମଚାରୀଙ୍କ ନାଁରେ ସଦର ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୨ ତାରିଖ ରାତିରେ କଟକ ସଦର ଥାନା ଅଞ୍ଚଳ ଶଙ୍ଖତରାସ ଗାଁରେ ଏକ ଗଣ୍ଡଗୋଳ ହେଉଥିବା ଖବର ପାଇ ସଦର ଥାନାରୁ PCR ଗାଡ଼ି ଯାଇଥିଲା। ସେଠାରେ ପହଞ୍ଚିବା ପରେ ପଚରାଉଚରା କରିବା ସମୟରେ ଅଭିଯୋଗକାରୀ ମହିଳାଙ୍କୁ OAPF କର୍ମଚାରୀ ନିଶାଶକ୍ତ ଅବସ୍ଥାରେ ଦୁର୍ବ୍ୟବହାର କରିଥିଲେ ବୋଲି ସେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇ ଉକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe