ଭୁଲ୍ ଇଞ୍ଜେକସନ୍ ଯୋଗୁଁ ପ୍ରସବ ପୂର୍ବରୁ ଆଖି ବୁଜିଲା ଶିଶୁ। ଢେଙ୍କାନାଳ ହସ୍ପିଟାଲରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ଢେଙ୍କାନାଳ ସଦରବ୍ଲକ ଚାଉଳିଆ ଖମାର ଗାଁର ସ୍ୱାଗତିକା ମାଟିଆଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ କୌଣସି ଚିକିତ୍ସା କରି ନଥିଲେ। ଡାକ୍ତର ରୋଗୀ ଦେଖିବା ବଦଳରେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପ୍ରସୂତୀଙ୍କ ସମ୍ପର୍କୀୟ।
Also Read
ପରେ ବାଧ୍ୟ ହୋଇ ପ୍ରସୂତୀ ମହିଳାଙ୍କୁ ନେଇ ତାଙ୍କ ସ୍ୱାମୀ ଘରୋଇ ନର୍ସିଂହୋମରେ ଦେଖାଇବା ପରେ ଶିଶୁର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସିଡିଏମଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ପ୍ରସୂତୀଙ୍କ ସମ୍ପର୍କୀୟ। ସିଡିଏମଓ କହିଛନ୍ତି ଘଟଣାରେ ତଦନ୍ତ କରାଯିବ । ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।