Advertisment

ଭୁଲ୍‌ ଚିକିତ୍ସାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ !

ଚିକିତ୍ସା ଅବହେଳା ଓ ଭୁଲ ଇଞ୍ଜେକସନ ଦିଆଯିବାରୁ ମୃତ୍ୟୁ ଅଭିଯୋଗ ।

Representational Image

Representational Image

Advertisment

ଭୁଲ୍ ଇଞ୍ଜେକସନ୍ ଯୋଗୁଁ ପ୍ରସବ ପୂର୍ବରୁ ଆଖି ବୁଜିଲା ଶିଶୁ। ଢେଙ୍କାନାଳ ହସ୍ପିଟାଲରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ମୁତାବକ ଢେଙ୍କାନାଳ ସଦରବ୍ଲକ ଚାଉଳିଆ ଖମାର ଗାଁର ସ୍ୱାଗତିକା ମାଟିଆଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ କୌଣସି ଚିକିତ୍ସା କରି ନଥିଲେ। ଡାକ୍ତର ରୋଗୀ ଦେଖିବା ବଦଳରେ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ପ୍ରସୂତୀଙ୍କ ସମ୍ପର୍କୀୟ।

Advertisment

ପରେ ବାଧ୍ୟ ହୋଇ ପ୍ରସୂତୀ ମହିଳାଙ୍କୁ ନେଇ ତାଙ୍କ ସ୍ୱାମୀ ଘରୋଇ ନର୍ସିଂହୋମରେ ଦେଖାଇବା ପରେ ଶିଶୁର ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସିଡିଏମଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ପ୍ରସୂତୀଙ୍କ ସମ୍ପର୍କୀୟ। ସିଡିଏମଓ କହିଛନ୍ତି ଘଟଣାରେ ତଦନ୍ତ କରାଯିବ । ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ।

Odisha Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe