Advertisment

ଡାକ୍ତରଖାନାରେ ମିଳିଲାନି ସାପ କାମୁଡ଼ା ଇଞ୍ଜେକସନ; ଚାଲିଗଲା ରୋଗୀ ଜୀବନ!

ଆଜି ସକାଳେ ମହିଳା ଜଣଙ୍କ ନିଜ ଘର ପଛ ପଟ ବାଡ଼ିରେ କାମ କରୁଥିଲା ବେଳେ ବିଷଧର ସାପ କାମୁଡ଼ି ଦେଇଥିଲା।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ଡାକ୍ତରଖାନାରେ ମିଳିଲାନି ସାପ କାମୁଡ଼ା ଇଞ୍ଜେକସନ। ଚାଲିଗଲା ମହିଳାଙ୍କ ଜୀବନ। ଏପରି ଅଭିଯୋଗ ଆଣି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳା ଜଣଙ୍କ ହେଲେ ଅନୁସୟା ମହାରଣା (୪୯)।

Advertisment

ଅଭିଯୋଗ ଅନୁସାରେ, ଆଜି ସକାଳେ ମହିଳା ଜଣଙ୍କ ନିଜ ଘର ପଛ ପଟ ବାଡ଼ିରେ କାମ କରୁଥିଲେ। ଏହି ସମୟରେ ମହିଳାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ସାପ କାମୁଡ଼ା ଇଞ୍ଜେକସନ ନଥିଲା।  ଷ୍ଟାପ ନର୍ସ ବାହାରୁ ଇଞ୍ଜେକସନ କଣି ଆଣିବା ଦେବା ପାଇଁ ପରିବାର ଲୋକଙ୍କୁ କହିଥିଲେ। ଇଞ୍ଜେକସନ ଆଣି ଦେଲା ବେଳକୁ ରୋଗୀର ଜୀବନ ଚାଲିଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ବଡ଼ ପାରିର ସରପଞ୍ଚ ପ୍ରଫୁଲ କୁମାର ଦାଶ କହିଛନ୍ତି, ଆଜି ସକାଳ ୬ଟା ୧୫ମିନିଟ୍‌ରେ ଡାକ୍ତରଖାନାରେ ରୋଗୀ ପହଞ୍ଚିଥିବା ବେଳେ କୌଣସି ଡାକ୍ତର ଓ ଷ୍ଟାପ ନର୍ସ ନଥିଲେ। ଡାକ୍ତରଖାନାର ସିକ୍ୟୁରିଟି ରୋଗୀର ଚିକିତ୍ସା କରିଥିଲେ। ତା’ପରେ ଷ୍ଟାପ ନର୍ସ ପହଞ୍ଚି ରୋଗୀ ଦେଖିଥିଲେ। ପରେ ଡାକ୍ତରଖାନାରେ ସାପ କାମୁଡା ଇଞ୍ଜେକସନ୍ ନଥିବାରୁ ବାହାରୁ ଆଣିବାକୁ କହିଥିଲେ। ବାହାରୁ କିଣି ଆଣିବା ବିଳମ୍ବ ହୋଇଥିଲା। ପରେ ରୋଗୀର ଜୀବନ ଚାଲିଯାଇଥିଲା।

Advertisment

ମେଡିକାଲ ଅଫିସର ସତ୍ୟ ରଞ୍ଜନ ନନ୍ଦ କହିଛନ୍ତି, ମେଡିକାଲରେ ସବୁପ୍ରକାର ଔଷଧ ଓ ଇଞ୍ଜେକସନ୍ ଅଛି। ମୋତେ ଜଣାନାହିଁ ଇଞ୍ଜେକସନ୍ କିଣିଛନ୍ତି ନା ହସପିଟାଲରୁ ଦିଆଯାଇଛି। ତଦନ୍ତ କରିବା ପରେ ଜଣାପଡ଼ିବ।

Khodha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe