Advertisment

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ମେଡିକାଲରେ ଉତ୍ତେଜନା

ଚିକିତ୍ସା ଅବହେଳାରୁ ଗୌତମଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଗତକାଲି ରାତିରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏପରି ଘଟଣା ଘଟିଛି ଭୁବନେଶ୍ୱର ବରମୁଣ୍ଡା ନିକଟସ୍ଥ ସୌଭାଗ୍ୟନଗରରେ ଥିବା ଏକ ଘରୋଇ ହସ୍ପିଟାଲରେ। ମୃତକ ହେଲେ ୟୁନିଟ-୪ ମଧୁସୂଦନନଗରର ପି. ଗୌତମ ରେଡ୍ଡି।

Advertisment

ଅଭିଯୋଗ ଅନୁସାରେ, ଗତବର୍ଷ ଡିସେମ୍ବର ୧୦ ତାରିଖରେ କଟକ ତେଲେଙ୍ଗାପେଣ୍ଠରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଗୌତମ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଡିସେମ୍ବର ୩୧ ତାରିଖରେ ସୌଭାଗ୍ୟନଗରରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଅପରେସନ, ଜ୍ୱର, ସଂକ୍ରମଣ ଆଦି ନାଁରେ ସମୟ ଗଡ଼ାଇବା ସହିତ ରୋଗୀଙ୍କୁ ଠିକ ଭାବେ ଦେଖା କରିବାକୁ ପରିବାର ଲୋକଙ୍କୁ ଛଡ଼ାଯାଉନଥିଲା। ଏଥିସହ ୩ ମାସ ଭିତରେ ରୋଗୀଙ୍କ ପରିବାର ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଇଥିଲା।  ଏତେ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଗତକାଲି ଗୌତମଙ୍କର ମୃତ୍ୟୁ ହୋଇଥିଲା।

 ଚିକିତ୍ସା ଅବହେଳାରୁ ଗୌତମଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲରେ ଗୌତମଙ୍କ ଚିକିତ୍ସା ବାବଦକୁ ପୈଠ କରାଯାଇଥିବା ସମସ୍ତ ଟଙ୍କା ପରିବାର ଲୋକଙ୍କୁ ଫେରସ୍ତ କରିବା ପାଇଁ ଦାବି କରାଯାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଏନେଇ ପୁଲିସ କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟାଙ୍କ ମିଳିନାହିଁ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe