Advertisment

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ; ଡାକ୍ତରଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ

ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Tension situation

Tension situation

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା। ମୃତ ଯୁବକ ଜଣଙ୍କ ହେଲେ ଆକାଶ ନାୟକ।

Advertisment

ଗତକାଲି ସନ୍ଧ୍ୟାରେ ନାଉଗୋରୁଡା ଗାଁର କମଳାକାନ୍ତ ନାୟକଙ୍କ ପୁଅ ଆକାଶଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୧୦ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳାରୁ ଆକାଶଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଏହି ଘଟଣାରେ ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେଉଥିବା ବେଳେ ଅନ୍ୟ ପଟେ କାର୍ଯ୍ୟରତ ଡାକ୍ତର ଏହାକୁ ଖଣ୍ଡନ କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, କୌଣସି କାରଣରୁ ଯୁବକ ଜଣକ ମଦ ପିଇବା ସହିତ ବିଷ ପାନ କରିଥିଲେ। ଯୁବକ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଆମେ ଚିକିତ୍ସା କରିଥିଲୁ। ରୋଗୀର ଅବସ୍ଥା ଠିକ୍ ଥିଲା। ହଠାତ୍ ଗୁରୁତର ପଡ଼ିଥିଲା। ଆମେ ରୋଗୀକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିଲୁ ନାହିଁ। ରୋଗୀକୁ ଅନ୍ୟ ମେଡିକାଲକୁ ରେଫର କରିବାର ପରିସ୍ଥିତି ନଥିଲା।

Advertisment

ଅନ୍ୟପକ୍ଷରେ ମୃତ ଯୁବକଙ୍କ ପରିବାର ଲୋକ ପୁଅର ମୃତ୍ୟୁ ପାଇଁ ଡାକ୍ତରଙ୍କୁ ଦୋଷ ଦେଇଛନ୍ତି। ଚିକିତ୍ସା ଅବହେଳାରୁ ପୁଅର ମୃତ୍ୟୁ ଘଟିଥିବା କହିଛନ୍ତି। ଏହାସହ ପୁଅ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe