Advertisment

ମୃତକଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ: ଡାଏଲିସିସ୍‌ ପାଇଁ କର୍ମଚାରୀ ମାଗୁଛନ୍ତି ଟଙ୍କା

‘ପ୍ରଥମେ ୫ ହଜାର ଦିଅ, ପରେ ଡାଏଲିସିସ୍‌। ଟଙ୍କା ଦେବାରେ ବିଳମ୍ବ କଲେ ରୋଗୀର ଅବସ୍ଥା ପାଇଁ ଆମେ ଦାୟୀ ରହିବୁନି।’

author-image
Niharika Rout
Hospital

Hospital

‘ପ୍ରଥମେ ୫ ହଜାର ଦିଅ, ପରେ ଡାଏଲିସିସ୍‌। ଟଙ୍କା ଦେବାରେ ବିଳମ୍ବ କଲେ ରୋଗୀର ଅବସ୍ଥା ପାଇଁ ଆମେ ଦାୟୀ ରହିବୁନି। ତେଣୁ ଡାଏଲିସିସ୍‌ କଲେ ଭଲ, ନ ହେଲେ ତୁମ କଥା ତୁମେ ବୁଝ। ’ ସରକାରୀ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦିଆଯାଉଛି ଏପରି ବିକଳ୍ପ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସରକାରୀ ହସ୍ପିଟାଲରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଏପରି ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ।

Advertisment

ମୃତକ ହେଲେ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମର ୫୫ବର୍ଷୀୟ ତପନ ରାୟ ନାମକ । ତପନ ଜଣେ କିଡନୀ ରୋଗୀ ହୋଇଥିବା ବେଳେ ଆଜି ମାଲକାନଗିରିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।

ତପନ କିଡନୀ ରୋଗରେ ଗତ ୨ ମାସ ଧରି ଆକ୍ରାନ୍ତ ହୋଇଥିବା ବେଳେ ପ୍ରଥମେ ବ୍ରହ୍ମପୁର ଏମସେଜି ବଡ଼ ମେଡ଼ିକାଲରେ ପରିବାର ଲୋକେ ତାଙ୍କୁ ଚିକିତ୍ସା କରାଇଥିଲେ। ଏପରିକି ସେଠାରେ ୪ଥର ତପନଙ୍କ ଡାଏଲିସିସ୍‌ କରାଯିବା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Advertisment

ତେବେ ତାଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ଆଜି ତାଙ୍କର ସ୍ୱାମୀଙ୍କୁ ଯେତେବେଳେ ଡାଏଲିସିସ୍‌ ପାଇଁ ନିଆଯାଇଥିଲା, ସେଠାରେ ଉପସ୍ଥିତ ଥିବା ଟେକ୍ନିସିୟାନ ସୁଜୟ ଗିରି ନାମକ ବ୍ୟକ୍ତି ତପନଙ୍କ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ଏପରିକି ଆଗେ ୫ ହଜାର ଦେଲେ ପରେ ଡାଏଲିସିସ୍‌ କରିବି ବୋଲି ଜିଦ୍ ଧରିଥିଲେ ସୁଜୟ। କିଛି ଉପାୟ ନପାଇ ଟେକ୍ନିସିୟାନ ସୁଜୟ ଗିରିଙ୍କ ମୋବାଇଲକୁ ଫୋନ ପେ ମାଧ୍ୟମରେ ୫ହଜାର ଟଙ୍କା ଝିଅ ପଠାଇଥିବା କହିଛନ୍ତି ତାଙ୍କ ପତ୍ନୀ।

ତେବେ ଟଙ୍କା ଦେବାରେ ବିଳମ୍ବ ହେବାରୁ ଡାଇଲାସିସ୍ କରିବାରେ ବି ବିଳମ୍ବ ହେଲା। ଫଳରେ ଅକାଳରେ ମୋ’ ସ୍ୱାମୀଙ୍କ ଜୀବନ ଚାଲିଗଲା ବୋଲି ମୁଣ୍ଡ ପିଟି କହୁଛନ୍ତି ବାସନ୍ତି।

ସ୍ୱାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଟେକ୍ନିସିୟାନ ସୁଜୟ ଗିରି ଦାୟୀ ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ତପନଙ୍କ ପରିବାର ଲୋକେ। ଏପରିକି ସୁଜୟ ଜଣେ ଟେକନିସିଆନ ହୋଇଥିବା ବେଳେ ଡାଏଲିସିସ୍‌ ବେଳେ ସେ ବାହାରେ ବୁଲୁଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀଟି ଛଟପଟ ହୋଇ ଆଖି ବୁଜିଥିବା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏ ବାବଦରେ ଡିୟୁଟିରେ ଥିବା ଡାଏଲିସିସ୍‌ ଡାକ୍ତରଙ୍କୁ ପଚରାଯିବାରୁ ତପନ ରାୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବା ସେ କହିଛନ୍ତି । ଏପଟେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପତ୍ନୀ ବାସନ୍ତୀ।

Malkangiri Tension In Hospital