/odisha-reporter/media/post_attachments/uploads/2015/10/44.jpg)
murder
ଭୁବନେଶ୍ୱର: ସିଆରପିଏଫ୍ କ୍ୟାମ୍ପସ୍ ଗେଟ୍ ନିକଟରେ ଜଣେ ଆଳୁ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ତପନ କୁମାର ସାହୁ। ଘର ଜଟଣୀ ଥାନା ଅନ୍ତର୍ଗତ କାଇମାଟିଆରେ। ଆଇଗିଣିଆ କୁବେରପୁରୀରେ ତାଙ୍କର ଏକ ଆଳୁ ଗୋଦାମ ଅଛି। ଗତ ରାତିରେ ଗୋଦାମ୍ ବନ୍ଦ କରି ତପନ ଘରକୁ ଫେରୁଥିବାବେଳେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
