Advertisment

ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍

ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।

convicted teacher (File Photo)

convicted teacher (File Photo)

Advertisment

ଆମେରିକାର ମେରିଲ୍ୟାଣ୍ଡରେ ନାବାଳକ ଛାତ୍ର ସହ ଶାରିରୀକ ସମ୍ପର୍କ ରଖି ୩୦ ବର୍ଷ ପାଇଁ ଜେଲ ଯାଇଛନ୍ତି ଜଣେ ଶିକ୍ଷୟିତ୍ରୀ। ଆମେରିକାର ଗଣମାଧ୍ୟମ ଖବର ଅନୁସାରେ ୩୨ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ଜଣକ ଗତବର୍ଷ ନଭେମ୍ବର ୭ରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଶିକ୍ଷୟିତ୍ରୀଙ୍କ ବିରୋଧରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି।

Advertisment

ଖବର ଅନୁସାରେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଇବା ସହିତ ୩୦ ବର୍ଷ ପାଇଁ ଜେଲକୁ ପଠାଇଛନ୍ତି କୋର୍ଟ। ଜେଲରୁ ମୁକୁଳିବା ପରେ ତାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଯୌନ ଅପରାଧୀ ଭାବରେ ପଞ୍ଜିକୃତ କରାଯିବ ଏବଂ ନଜରବନ୍ଦୀ କରି ରଖାଯିବ। ତାଙ୍କ ନିଜ ଛୁଆ ବ୍ୟତୀତ ଅନ୍ୟ ନାବାଳକ-ନାବାଳିକାଙ୍କ ସହ ସେ ଏକାକୀନା ମିଶିପାରିବେ ନାହିଁ।

ରିପୋର୍ଟ ଅନୁସାରେ ଶିକ୍ଷୟିତ୍ରୀ ଜଣକ ନାବାଳକ ଛାତ୍ରଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତାଙ୍କ ସହ ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ଅଧିକ ଥର ଶାରିରୀକ ସମ୍ପର୍କ ରଖିଥିଲେ। ୨୦୧୫ ମସିହା ଜାନୁଆରୀରୁ ମେ' ମାସ ମଧ୍ୟରେ ଏଭଳି କାଣ୍ଡ ଭିଆଇଥିଲେ ଯୌନପିପାସୁ ଶିକ୍ଷୟିତ୍ରୀ। ସମାନ ସ୍କୁଲରେ ସେ ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଶିକ୍ଷକତା କରୁଥିଲେ। ଅଭିଯୋଗ ପରେ ସେ ନିଜେ ଆତ୍ମସମର୍ପଣ କରି ନିଜ ଦୋଷ ସ୍ଵୀକାର କରିଦେଇଥିଲେ।

Advertisment
America News Teacher Arrested Minor Raped Crime Minor Student Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe