Advertisment

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ପୂର୍ବରୁ ରମାକାନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନନ୍ଦୁର ପଞ୍ଚାୟତର ଅସୁରିଆ ଗାଁରେ। ମୃତ ମହିଳା ଜଣକ ହେଉଛନ୍ତି କାଞ୍ଚନ ପରିଡା। ସ୍ୱାମୀ ରମାକାନ୍ତ ପରିଡାଙ୍କୁ ପୁଲିସ ଅଟକ ରଖିଛି।

Advertisment

ଗତକାଲି ରାତିରେ କୌଣସି କଥାକୁ ନେଇ କାଞ୍ଚନ ଓ ରମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା।ପରେ ରମାକାନ୍ତ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ି ଆଣି କାଞ୍ଚନଙ୍କୁ ପିଟିପିଟି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ପଡ଼ିଥିବା ସ୍ଥାନରେ ପାଣି ପକାଇ ଧୋଇବା ସହ କାଞ୍ଚନ ରକ୍ତ ଭିଜା ଲୁଗାକୁ ବଦଳାଇ ନଳକୂପ ନିକଟରେ ପକାଇଥିଲେ।

ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ରମାକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ରମାକାନ୍ତ ତାଙ୍କ ଘରେ ଚୋରା ମଦ ବିକ୍ରୀ କରୁଥିଲେ। ତେଣୁ ସେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଜଣାଯାଇଛି। ପୂର୍ବରୁ ରମାକାନ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ରହିଛି। 

Advertisment
Murder Balasore