Advertisment

ଭିଜିଲାନ୍ସ ଜାଲରେ ଅମିନ

ଅମିନ ସଦାନନ୍ଦ ସାହୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sadananda Sahu

Sadananda Sahu

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଫିସର ସେଟେଲମେଣ୍ଟ ଅମିନ ସଦାନନ୍ଦ ସାହୁ।

Advertisment

ଏକ ନାମଜାରି (ମ୍ୟୁଟେସନ) ମାମଲାରେ ଆର୍‌ଓର (ଜମି ପଟ୍ଟା) ଦେବା ପାଇଁ ଡୁଡୁକା ଗାଁର ରବୀନ୍ଦ୍ର ପଟେଲଙ୍କୁ ଅମିନ ସଦାନନ୍ଦ ପାଞ୍ଚ ହଜାର ଟଙ୍କା ଲାଞ୍ଚ  ମାଗିଥିଲେ। ଏନେଇ ରବୀନ୍ଦ୍ର ପଟେଲ ବଲାଙ୍ଗିର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଅମିନ ସଦାନନ୍ଦ ସାହୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଏହି ଘଟଣାରେ ଭିଜିଲାନ୍ସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଗତ ମାସ ୨୧ ତାରିଖରେ ମୁରିବାହାଲ ତହସିଲର ଅମିନ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ।

Bribe Vigilance Net Vigilance