Advertisment

ଲାଞ୍ଚ ନେଉଥିଲେ ଅମିନ, ମାଡ଼ି ବସିଲା ଭିଜିଲାନ୍ସ

ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ଡିମାର୍କେସନ ନିମନ୍ତେ ପୂର୍ବରୁ ଅମିନ ନୀରମଲେନ୍ଦୁ କବିଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ଅମିନଜଣକ ୮ ହଜାର ଟଙ୍କା ଦାବି କରିଥିଲେ।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଜମି ଡିମାର୍କେସନ ପାଇଁ ଅମିନଜଣକ ଲାଞ୍ଚ ନେଉଥିଲେ ୮ ହଜାର ଟଙ୍କା । ମାତ୍ର ଏହି ସମୟରେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଲେ। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲରେ ଘଟିଛି। ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଅମିନଜଣକ ହେଲେ ନିରମଲେନ୍ଦୁ କବି ।

Advertisment

ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ଡିମାର୍କେସନ ନିମନ୍ତେ ପୂର୍ବରୁ ଅମିନ ନୀରମଲେନ୍ଦୁ କବିଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏଥିନିମନ୍ତେ ଅମିନଜଣକ ୮ ହଜାର ଟଙ୍କା ଦାବି କରିଥିଲେ। ଏନେଇ ନିରମଲେନ୍ଦୁ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ଅନୁଯାୟୀ, ଆଜି ସଇଁତଳା ତହସିଲ କାର୍ଯ୍ୟାଳୟରେ ଅମିନ ନିରମଲେନ୍ଦୁଙ୍କୁ ନିରଞ୍ଜନ ୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ନିରମଲେନ୍ଦୁଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ପଚରାଉଚରା କରାଯାଉଛି।

Advertisment

ଏନେଇ ଅମିନ ନୀରମଲେନ୍ଦୁ କବି କହିଛନ୍ତି,  ସେ ବାବୁଜଣକ ମୋତେ ଟଙ୍କା ଦେଲେ। ମୁଁ ତାହାକୁ ଗଣି ନ ଥିବା ବେଳେ ରଖି ଥାଆନ୍ତୁ କହି ସେ ଚାଲିଗଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀ ମୋତେ କାବୁ କରିନେଲେ। 

Vigilance Raid Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe