Advertisment

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ, ମାସେ ହେଲାଣି ଦୌଡ଼ାଉଥିଲେ

ଅମିନ ଉମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Umakanta Behera

Umakanta Behera

Advertisment

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲଦାରଙ୍କ ଅଫିସର ଅମିନ ଉମାକାନ୍ତ ବେହେରା। ତାଙ୍କଠାରୁ ଭିଜିଲାନ୍ସ ଅଧିକାରୀମାନେ ୨୦୦୦ ଟଙ୍କା ଜବତ କରିଛନ୍ତି।

Advertisment

ମାସେ ତଳେ ଅମିନ ଉମାକାନ୍ତ ବେହେରା ଜଣେ ବ୍ୟକ୍ତିଙ୍କର ଜମି ଡିମାର୍କେସନ କରିଥିଲେ। ତା’ର ସବିଶେଷ ରିପୋର୍ଟ ପ୍ରଦାନ କରିବା ପାଇଁ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ତେବେ ଅଭିଯୋଗକାରୀ ଗରିବ ଶ୍ରେଣୀର ହୋଇଥିବାରୁ ସେ ଏତେ ଟଙ୍କା ଦେବାକୁ ଅସମର୍ଥ ଥିଲେ। ତେଣୁ ସେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଉ ଆଜି ଯୋଜନା ପ୍ରକାରେ ଅମିନ ଉମାକାନ୍ତ ବେହେରା ଉକ୍ତ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ।

ଅମିନ ଉମାକାନ୍ତ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Advertisment
Vigilance Raid Bribe Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe