Advertisment

ମା’ରେ ହେବେ ନା ସ୍ତ୍ରୀର ହେବେ, ଜୀବନ ହାରିଦେଲେ ଆଇନଜୀବୀ!

ଦୀପକଙ୍କ ମୃତ୍ୟକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ପୁଲିସ ତଦନ୍ତ ପରେ ମିଳିପାରେ ଏହି ସବୁ ପ୍ରଶ୍ନର ଉତ୍ତର।

Deepak Sahu

Deepak Sahu

Advertisment

ଘର ଥିଲା। ଟଙ୍କା ଥିଲା। ପରିବାର ଥିଲା। କିନ୍ତୁ ମା’ ଓ ପତ୍ନୀଙ୍କୁ ନେଇ ଟେନ୍‌ସନ୍‌ରେ ରହୁଥିଲେ। ‘ମା’ର ହେବେ ନା ସ୍ତ୍ରୀର ହେବେ’ ଭାବି ଭାବି ସେ ଅବସାଦଗ୍ରସ୍ତ ହୋଇଯାଇଥିଲେ। ଆଉ ଶେଷରେ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଲେ। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରାରେ। ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କ ସହିତ ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ମୃତକଙ୍କ ନାଁ ଦୀପକ ସାହୁ। ସେ ଥିଲେ ଜଣେ ଆଇନଜୀବୀ। ଗତକାଲି ରାତିରେ ଦୀପକ ନିଜ ଦେହରେ ନିଆଁ ଲଗାଇ ଦେଇଥିବା ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲା ପୁଲିସ। ହେଲେ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା। ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୁଲିସ। ଦୀପକଙ୍କ ମା ଓ ସ୍ତ୍ରୀଙ୍କ ସହିତ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା ପୁଲିସ।

ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ଆଇନଜୀବୀ ଦୀପକ ସାହୁ ଦୀର୍ଘଦିନ ଧରି ମାନସିକ ଅବସାଦରେ ରହୁଥିଲେ। ତାଙ୍କର ଦୁଇ ଥର ବ୍ରେନ ଷ୍ଟ୍ରୋକ୍ ହୋଇଥିବା ତାଙ୍କ ପତ୍ନୀ ପୁଲିସକୁ କହିଥିଲେ। ଏଥିପାଇଁ ସେ ନିୟମିତ ଭାବେ ଔଷଧ ଖାଉଥିଲେ। ହେଲେ କିଛିଦିନ ହେବ ମେଡିସିନ ନ ଖାଇ ଆତ୍ମହତ୍ୟା କରିଦେବାର ଭୟ ଦେଖାଉଥିଲେ ବୋଲି ସୂଚନା ମିଳିଛି।

Advertisment

ପଡ଼ୋଶୀଙ୍କ କହିବା ଅନୁସାରେ, ଦୀପକ ଏତେ ମାନସିକ ଅବସାଦରେ ରହୁଥିଲେ ଯେ, କେହି ବାହାରକୁ ଡାକିଲେ ବି ସେ ଘରୁ ବାହାରୁନଥିଲେ। ପାରିବାରିକ କଳହ ବି ଲାଗି ରହିଥିଲା। ଉଭୟ ମା ଓ ସ୍ତ୍ରୀକୁ ନେଇ ସେ ମାନସିକ ଚାପରେ ରହୁଥିଲେ। ଶେଷରେ ଜୀବନ ଦୋ ଛକିରେ ତିଳ ତିଳ ଜଳୁଥିବା ଜୀବନଟାକୁ ବି ନିଆଁ ଲଗାଇ ଶେଷ କରିଦେଲେ ବୋଲି କୁହାଯାଉଛି।
ଆଜି ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍। ଘଟଣାସ୍ଥଳରୁ ପେଟ୍ରୋଲ ସଂଗ୍ରହ ପାଇଁ ବ୍ୟବହୃତ ବୋତଲ ସହିତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ଘର ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଛି। ସବୁ ଦିଗରୁ ତଦନ୍ତ କରୁଛି ପୁଲିସ।

ଦୀପକଙ୍କ ଶ୍ୱଶୁରଙ୍କ କହିବା ଅନୁସାରେ, ଦୀପକ ବେଶ୍ ଖୁସ୍‌ମିଜାଜ ଲୋକ ଥିଲେ। ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ ନିଜର ଦୁଇ ଝିଅ କିମ୍ବା ପରିବାର ଲୋକଙ୍କ କଥା ଟିକିଏ ହେଲେ ଭାବିଲେ ନାହିଁ।

ଦୀପକଙ୍କ ମୃତ୍ୟକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ସେ କେଉଁଠୁ ଆଣିଲେ ପେଟ୍ରୋଲ ? କାହିଁକି ଏଭଳି ଯନ୍ତ୍ରଣାଦାୟକ ମୃତ୍ୟୁର ବାଟକୁ ବାଛିଲେ ? ଛାତ ଉପରେ ଜଳିଯାଉଥିବା ଦୀପକଙ୍କୁ କେହି କେମିତି ଦେଖିପାରିଲେ ନାହିଁ ? ଏହା ପ୍ରକୃତରେ ଆତ୍ମହତ୍ୟା, ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ? ପୁଲିସ ତଦନ୍ତ ପରେ ମିଳିପାରେ ଏହି ସବୁ ପ୍ରଶ୍ନର ଉତ୍ତର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe