Amina Manas Ranjan Das
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ କର୍ମଚାରୀ। ତାଙ୍କ ନାଁ ମାନସ ରଞ୍ଜନ ଦାସ। ସେ ବାଲେଶ୍ୱର-ମୟୂରଭଞ୍ଜ ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଅମିନ ଅଛନ୍ତି।
ଜଣେ ବ୍ୟକ୍ତି ତାଙ୍କ ଜମିଜମା ସଂକ୍ରାନ୍ତୀୟ ରେକର୍ଡର ନକଲ କପି ପାଇଁ ଅମିନ ମାନସ ରଞ୍ଜନ ଦାସଙ୍କ ନିକଟକୁ ଯାଇଥିଲେ। ମାନସ ରଞ୍ଜନ ଦାସ ତାଙ୍କୁ ଆବଶ୍ୟକୀୟ କାଗଜପତ୍ରର ନକଲ କପି ଦେବା ପାଇଁ ଲାଞ୍ଚ ମାଗିଥିଲେ।
ଏ ସଂପର୍କରେ ଉକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଜଣାଇଥିଲେ। ଏହା ପରେ ଯୋଜନା ମୁତାବକ ଆଜି ଅଭିଯୋଗକାରୀ ଅମିନ ମାନସ ରଞ୍ଜନ ଦାସଙ୍କୁ ୬ ,୩୦୦ ଟଙ୍କା ଦେଇଥିଲେ। ମାନସ ରଞ୍ଜନ ଦାସ ଉକ୍ତ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ମାନସଙ୍କୁ ଧରିବା ପରେ ଭିଜିଲାନ୍ସ ତାଙ୍କର ୩ଟି ଠିକଣାରେ ଚଢ଼ାଉ କରିଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1688988206.jpg)